ଟି-ସିରିଜ୍ ମାଲିକାଣୀଙ୍କୁ ପାଗଳ କହିଲେ କରଣ ଜୋହର, ରାଗିକି ଆଲିଆଙ୍କୁ କଲେ ସମାଲୋଚନା

Published By : Prameya-News7 Bureau | October 17, 2024 IST

ମୁମ୍ଵାଇ ୧୭।୧୦: ନିକଟରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଜିଗ୍‌ରା’କୁ ନେଇ  ବିବାଦ । ଫିଲ୍ମ ସହ ସଂଶ୍ଳିଷ୍ଟ କରନ ଜୋହର  ଓ ଆଲିୟା ଭଟ୍ଟଙ୍କୁ ଖୋଲାଖୋଲି ସମାଲୋଚନା  କରିଛନ୍ତି ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ।  ‘ଜିଗ୍‌ରା’ର ବକ୍ସ ଅଫିସ୍‌ କଲେକ୍ସନ୍‌ ବଢ଼ାଇବା  ପାଇଁ ଉଭୟ ଆଲିୟା ଓ କରନ ନକଲି ଟିକେଟ୍‌  ବୁକିଂରେ ସଂପୃକ୍ତ ଥିବା ‘ସାବୀ’ ନାୟିକା ଦିବ୍ୟା  ଅଭିଯୋଗ କରିଥିଲେ । ନିଜର ଦାବିକୁ ସତ କରିବା ଲାଗି ଫିଲ୍ମ ପ୍ରଦର୍ଶିତ ହେଉଥିବା  ଏକ ଖାଲି ଥିଏଟର୍‌ର ଫଟୋ ମଧ୍ୟ ଶେୟାର  କରିଥିଲେ । 

ତେବେ, ସଦ୍ୟ ସାକ୍ଷାତକାରରେ  ଆଲିୟାଙ୍କୁ ସୁରକ୍ଷା ଦେଇ ଦିବ୍ୟା କହିଛନ୍ତି,  ଆଲିୟା ଜଣେ ଲୋକପ୍ରିୟ ଓ ପ୍ରତିଷ୍ଠିତ  ଅଭିନେତ୍ରୀ ହୋଇଥିବାରୁ ଏ ପ୍ରକାର ଟ୍ରିକ୍‌  ଉପରେ ନିର୍ଭର କରିବାର ଆବଶ୍ୟକତା  ତାଙ୍କର ନାହିଁ । ଭୁଲ ବିରୋଧରେ ଠିଆ ହେବା ହିଁ  ବାସ୍ତବ ବୀରତ୍ୱ। ଟଙ୍କା ଓ ପ୍ରଭାବ  ଉପରେ ଭରସା କରିବା ଅପେକ୍ଷା  ନିଜର ଦକ୍ଷତା ଉପରେ ଫିଲ୍ମର  ସଫଳତାକୁ ଦର୍ଶକ ସ୍ଥିର କରିବା  ଉଚିତ୍‌ ବୋଲି ସେ କହିଛନ୍ତି । ନକଲି  ବକ୍ସ ଅଫିସ୍‌ କଲେକ୍ସନ୍‌ ଖବର  ଜରିଆରେ କିଛି ଗଣମାଧ୍ୟମ ଖରାପ  ଫିଲ୍ମକୁ ପ୍ରୋତ୍ସାହନ ଦେଉଛନ୍ତି । ଭଲ  ଫିଲ୍ମ ସଫଳ ହେଲେ ମଧ୍ୟ କେହି ତା’  ବିଷୟରେ କଥା ହେଉନାହାନ୍ତି । 

ଏଭଳି  ଲୋକ ମିଛ କଲେକ୍ସନ୍‌ ଘୋଷଣା କରି  ଏବଂ ଟିକେଟ୍‌ କିଣି ଫିଲ୍ମଗୁଡ଼ିକୁ ହିଟ୍‌  କରାଉଛନ୍ତି । ଏଥିରୁ ସ୍ପଷ୍ଟ ଯେ ଯାହା  ପାଖରେ ଟଙ୍କା ଅଛି ସେ ଇଣ୍ଡଷ୍ଟ୍ରିରେ  ତିଷ୍ଠିପାରିବ, ନୂଆ ପ୍ରତିଭା ସଂଘର୍ଷ   କରୁଥିବେ । ଦିବ୍ୟାଙ୍କ ଏହି ଅଭିଯୋଗକୁ   ଖଣ୍ଡନ କରିବାକୁ ଯାଇ କରନ ତାଙ୍କୁ ମୂର୍ଖ   ବୋଲି କହିଥିଲେ । ଏ କଥା ମଧ୍ୟ ଦିବ୍ୟା   ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ ।   ଏଭଳି ମନ୍ତବ୍ୟ କେତେ ଠିକ୍‌ ବୋଲି  ସେ କରନଙ୍କୁ ପଚାରିଥିେ

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.