ହରିୟାଣାରେ ସୈନି ରାଜ୍ ଆରମ୍ଭ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ

Published By : Prameya-News7 Bureau | October 17, 2024 IST

ପଞ୍ଚକୁଲା ୧୭/୧୦: ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଆଜିଠୁ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ନାଏବ ସିଂହ ସୈନୀ । ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂ ସାଇନି ଶପଥ ଗ୍ରହଣ କରିଛନ୍ତି । ସୈନିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ବରିଷ୍ଠ ନେତୃତ୍ୱଙ୍କ ବ୍ୟତୀତ ପଞ୍ଚକୁଲାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପିର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଦେଶର ପ୍ରାୟ ଦେଢ ଡଜନ ଏନଡିଏ ନେତା ମଧ୍ୟ ଉପସ୍ଥିତ ଥିଲେ । 

ଶପଥ ଗ୍ରହଣ ହରିୟାଣା ପାଇଁ ଏକ ଐତିହାସିକ ଘଟଣା, କାରଣ ଲଗାତାର ତୃତୀୟ ଥର ପାଇଁ ହରିୟାଣାରେ ବିଜେପି ସରକାର ଗଠନ କରିଛି । ଅକ୍ଟୋବର ୫ରେ ହରିୟାଣାରେ ୧୦ ରୁ ୧୨ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରୁଛନ୍ତି ଯେଉଁଥିରେ ବିଜେପି ୯୦ଟି ସିଟ୍ ମଧ୍ୟରୁ ୪୮ଟି ଜିତିଥିବାବେଳେ କଂଗ୍ରେସ ୩୭ଟି ସିଟ୍ ଜିତିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.