‘ଇଣ୍ଡି' ମେଣ୍ଟ ପାଇଁ ବିଗ୍ ଫାଇଟ୍; ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ହେବ ଅସଲି ଏସିଡ୍ ଟେଷ୍ଟ୍

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ: ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ସରିଛି । ହରିୟାଣାରେ ବିଜେପି ଏବଂ ଜାମ୍ମୁ-କାଶ୍ମୀରରେ ନ୍ୟାସନାଲ୍ କନଫେରନ୍ସ ଏବଂ କଂଗ୍ରେସ ମେଣ୍ଟକୁ ବହୁମତ ମିଳିଛି । ହରିୟାଣା ନିର୍ବାଚନରେ କଂଗ୍ରେସା ମାତ୍ ଖାଇଥିବା ବେଳେ ଇଣ୍ଡିଆ ବ୍ଲକ୍‌କୁ ବଡ଼ ଝଟକା ଲାଗିଛି । ଏହି ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନର ସଦ୍ୟ ଅନୁଭବକୁ ନେଇ ବିରୋଧୀ ଇଣ୍ଡିଆ ବ୍ଲକ୍ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ମୈଦାନକୁ ଓହ୍ଲାଇବ । ଲୋକସଭା ମତଦାନ ପରେ ଏହି ଦୁଇ ରାଜ୍ୟର ମତଦାନ ବିରୋଧୀଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ । 

ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ର ନିର୍ବାଚନ କେବଳ କଂଗ୍ରେସ ଏବଂ ବିଜେପି ପାଇଁ ବରଂ ଏନଡିଏ ଏବଂ ବିରୋଧୀ ‘ଇଣ୍ଡି’ ମେଣ୍ଟ  ମଧ୍ୟରେ ସିଧା ଫାଇଟ୍ ହେବ । ବିଜେପି ନେତୃତ୍ବରେ ଗଠବନ୍ଧନରେ ମୁଖ୍ୟମନ୍ତ୍ରୀ ଏନନାଥ ସିନ୍ଦେଙ୍କ  ଶିବସେନା ଏବଂ ଅଜିତ୍ ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ସାମିଲ୍ ରହିଛି । ସେପଟେ କଂଗ୍ରେସ ସହିତ ରହିଛି ଉଦ୍ଧବ ଠାକରେ ଏବଂ ଶରଦ ପାଓ୍ବାରଙ୍କ ମେଣ୍ଟ ରହିଛି । ମହାରାଷ୍ଟ୍ରରେ ଏନଡିଏର ଡ୍ରାଇଭିଂ ସିଟରେ ସିନ୍ଦେଙ୍କ ଶିବସେନା ରହିଛି ।

ସେହିପରି ଝାଡ଼ଖଣ୍ଡରେ ଏବେ ଜେଏମଏମର ସରକାର ରହିଛି । ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଇଣ୍ଡିଆ ବ୍ଲକ୍ ଅଧୀନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ, ଆରଜେଡି ଏବଂ ବାମଦଳ ମୈଦାନକୁ ଓହ୍ଲାଇବ । ଲୋକସଭା ନିର୍ବାଚନ ପରେ ଇଣ୍ଡିଆ ବ୍ଲକ୍ ପାଇଁ ଏହା ବଡ଼ ନିର୍ବାଚନ ହେବ । ଦିଲ୍ଲୀ ଏବଂ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦୁଇ ରାଜ୍ୟକୁ ଜିତିବା ‘ଇଣ୍ଡି’ ମେଣ୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।   

ଜାତୀୟ ରାଜନୀତିକୁ ଦେଖିଲେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଇଣ୍ଡିଆ ବ୍ଲକ୍ ଏବଂ ଏନଡିଏ ମେଣ୍ଟ ପାଇଁ ଗୁରୁତ୍ବପୂର୍ଣ୍ଣ । ହରିୟାଣାରେ ବିଜେପି ସରକାର ବଞ୍ଚାଇବାରେ ସଫଳ ହୋଇଛି  । ଯଦି ଝାଡ଼ଖଣ୍ଡର ନିର୍ବାଚନର ଫଳାଫଳ ଏନଡିଏ ସପକ୍ଷରେ ଯାଏ, ତେବେ ବିହାର ନିର୍ବାଚନ ପୂର୍ବରୁ ଏହା ଇଣ୍ଡିଆ ବ୍ଲକ୍ ପାଇଁ ବଡ଼ ଝଟକା ହେବ । ବିହାର ଏବଂ   ହିନ୍ଦି ରାଜ୍ୟ ଗୁଡ଼ିକରେ ବିରୋଧୀ ଗଠବନ୍ଧନ ନେତାଙ୍କ ମନୋବଳ ବିପରୀତ ଦିଗରେ ଯାଉଛି । ଉତ୍ତର ପ୍ରଦେଶ ପରେ ମହାରାଷ୍ଟ୍ର ଦ୍ବିତୀୟ ବଡ଼ ରାଜ୍ୟ । ଜାତୀୟ ରାଜନୀତି ଏଠାରେ ପ୍ରଭାବ ପକାଇଥାଏ । ମହାରାଷ୍ଟ୍ର ନିର୍ବାଚନ ଏନଡିଏ ଏବଂ ଇଣ୍ଡିଆ ବ୍ଲକ ପାଇଁ ଏସିଡ୍ ଟେଷ୍ଟ ହେବା ବୋଲି କୁହାଯାଉଛି ।..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.