ଜଷ୍ଟିସ୍ ସଞ୍ଜୀବ ଖାନ୍ନା ହେବେ ପରବର୍ତ୍ତୀ ସିଜେଆଇ; କେନ୍ଦ୍ରକୁ ସୁପାରିସ୍ କଲେ ଜଷ୍ଟିସ୍ ଚନ୍ଦ୍ରଚୂଡ଼

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ: ବରିଷ୍ଠ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ସିଜେଆଇ । ଏନେଇ ତାଙ୍କ ନାଁକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ ସୁପାରିସ୍ କରିଛନ୍ତି । କେନ୍ଦ୍ର ସରକାର ଗତ ଶୁକ୍ରବାର ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ପଠାଇବାକୁ କହିଥିଲେ । ଯଦି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସୁପାରିସକୁ ମଞ୍ଜୁରି ମିଳେ, ତେବେ ଜଷ୍ଟିସ୍‌ ଖନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେବେ ।  

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନିଯୁକ୍ତିକୁ ନେଇ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି,  ଯାହାକୁ ‘ମେମୋରେଣ୍ଡମ୍‌ ଅଫ୍‌ ପ୍ରୋସିଜ୍ୟୁର୍‌’ କୁହାଯାଏ । ଏହା ଅନୁସାରେ ବିଦାୟୀ ସିଜେଆଇଙ୍କୁ  ସବୁଠୁ ବରିଷ୍ଠ ନ୍ୟାୟାଧୀଶଙ୍କ ନାମ ନେଇ ସୁପାରିସ ଲାଗି କୁହାଯାଇଥାଏ । ଉଲ୍ଲେଖଯୋଗ୍ୟ,  ଜଷ୍ଟିସ୍‌ ସଞ୍ଜୀବ ଖନ୍ନା ବର୍ତ୍ତମାନ ସୁପ୍ରିମକୋର୍ଟର ବରିଷ୍ଠତମ ନ୍ୟାୟାଧୀଶଙ୍କ ମଧ୍ୟରେ ଅଛନ୍ତି ।  ନ୍ୟାୟିକ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ଆସନ୍ତା ନଭେମ୍ବର ୮ରେ ବର୍ତ୍ତମାନର   ସିଜେଆଇ ଅବସର ଗ୍ରହଣ କରିବା ପରେ ଜଷ୍ଟିସ୍‌   ଖନ୍ନା ପରବର୍ତ୍ତୀ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.