ରେଲଓ୍ବେ ଟିକେଟ୍ ବୁକିଂ ନିୟମ ପରିବର୍ତ୍ତନ; ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଅଗ୍ରୀମ ଟିକେଟ୍

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗରେ ଟିକେଟ୍ ବୁଲିଂ ନିୟମ ପରିବର୍ତ୍ତନ । ଏଣିକି ଅଗ୍ରୀମ ସଂରକ୍ଷଣ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ କାଟିବାକୁ ପଡ଼ିବ । ଏନେଇ ରେଳ ବିଭାଗ ଗୁରୁବାର ଏକ ବିଜ୍ଞପ୍ତି ଜାରି କରିଛି । ଅଗ୍ରୀମ ସଂରକ୍ଷଣ ଟ୍ରେନ ଟିକେଟ୍ ପାଇଁ କମ୍ ସମୟ ମିଳିବ ।    

ରେଲଓ୍ବେ ବିଜ୍ଞପ୍ତି ଅନୁଯାୟୀ, ଏହି ନିୟମ ଆସନ୍ତା ନଭେମ୍ବର ପହିଲାରୁ ଲାଗୁ ହେବ । ଆଡଭାନ୍ସ ଟିକେଟ୍ ବୁକିଂ ସମୟ ସୀମା ୧୨୦ ଦିନ ବଦଳରେ ୬୦ ଦିନକୁ ହ୍ରାସ ପାଇବ । ଅକ୍ଟୋବର ୩୧ ୨୦୨୪ ପର୍ଯ୍ୟନ୍ତ ପୂର୍ବ ନିୟମ ବଳବତ୍ତର ରହିବ । ନଭେମ୍ବର ପହିଲା ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ଟିକେଟରେ କୌଣସି ନିୟମ ପରିବର୍ତ୍ତନ ହେବ ନାହିଁ । 

ରେଳ ବିଭାଗ ପକ୍ଷରୁ କୁହାଯାଇଛି, ଏକ୍ସପ୍ରେସ ଟ୍ରେନ୍ ବାବଦରେ କୌଣସି ନିୟମ ପରିବର୍ତ୍ତନ ହୋଇନାହିଁ । ଏକ୍ସପ୍ରେସ, ଗୌମତୀ ଏକ୍ସପ୍ରେସ ଆଦି ଆଗ୍ରୀମ ସଂରକ୍ଷଣ ଟିକେଟ୍ ବୁକିଂ ସମୟ ସୀମା କମ୍ ହୋଇଛି । ଏହାଛଡ଼ା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୩୬୫ଦିନ ସମୟ ସୀମାରେ ନିୟମ ବଦଳନାହିଁ ।

ପୂର୍ବରୁ ଅଗ୍ରୀମ ସଂରକ୍ଷଣ ଟିକେଟ୍ ବୁକିଂ ପାଇଁ ୧୨୦ ଦିନର ସମୟ ଥିଲା । ଏହି ସମୟ ମଧ୍ୟରେ ଟିକେଟ୍ ବୁକିଂ ହୋଇଥିଲେ ଏହା କନଫର୍ମ ହୋଇଯାଇଥାଏ । ଟିକେଟ୍ କନଫର୍ମ ହେବା ପାଇଁ ୧୨୦ ଦିନ ପର୍ଯ୍ୟାପ୍ତ ସମୟ ଥିଲା । ମାତ୍ର ୬୦ ଦିନ ହେବା ପରେ ଟିକେଟ୍ ବୁକିଂରେ ଭିଡ଼ ରହିବ । ଓ୍ବେଟିଂ ଟିକେଟ୍ କନଫର୍ମ ହେବାର ସୁଯୋଗ କମିଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.