ସମୀର ୱାଙ୍ଖଡେ ପ୍ରାର୍ଥୀ ହେବା ଖବରକୁ ଶିବସେନା ସିନ୍ଦେ ଗୋଷ୍ଠୀର ଖଣ୍ଡନ, କହିଲା- ଏପରି କୌଣସି ପ୍ରସ୍ତାବ ନାହିଁ

Published By : Prameya-News7 Bureau | October 17, 2024 IST

ମୁମ୍ବାଇ ୧୭।୧୦: ବିବାଦୀୟ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ସମୀର ୱାଙ୍ଖଡେଙ୍କୁ ନେଇ ଖବର ଆସିଥିଲା କି ସେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ସିନ୍ଦେ ଗୋଷ୍ଠୀରୁ ଧରାବୀ ଆସନରେ ପ୍ରାର୍ଥୀ ହେବେ। ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହି ଖବରକୁ ନେଇ ଏବେ ପାର୍ଟି ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ପାର୍ଟି ସୂତ୍ର ଅନୁସାରେ ପାର୍ଟିର ଏପରି କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ ରୂପେ କୁହାଯାଇଛି।  

ଶିବସେନା ସିନ୍ଦେ ଗୋଷ୍ଠୀ ସୂତ୍ର ଅନୁସାରେ ଆଗାମୀ ମହାରାଷ୍ଚ୍ର ବିଧାନସଭା ନିର୍ବାଚନରେ ଧରାବୀ ଅଥବା କୌଣସି ଅନ୍ୟ ଆସନରେ ୱାଙ୍ଖଡେ ଶିବସେନା ଟିକଟରେ ନିର୍ବାଚନ ଲଢିବା ଖବର ସମ୍ପୂର୍ଣ୍ଣ ରୂପେ ଏକ ଅଟକଳ ଓ କାଳ୍ପନିକ। ପାର୍ଟିର ଏପରି କୌଣସି ପ୍ରସ୍ତାବ ନାହିଁ। ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ୱାଙ୍ଖଡେ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ଅକ୍ଟୋବର ୨୦୨୧ରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଏକ କ୍ରୁଜ ପାର୍ଟିରେ କଥିତ ଡ୍ରଗସ ବ୍ୟବହାର ଓ ପାଖରେ ରଖିବା ଅପରାଧରେ ଗିରଫ କରା ଯାଇଥିଲା। 

ତେବେ ଗୁରୁବାର ପୂର୍ବାହ୍ନରେ ସମୀର ୱାଙ୍ଖଡେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ଖବର  ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବେଳେ ସେ ଶିବସେନା ସିନ୍ଦେ ଗୋଷ୍ଠୀ ପାର୍ଟି ଟିକେଟରେ ନିର୍ବାଚନ ଲଢିବେ ବୋଲି ପ୍ରଚାରିତ ହେଉଥିଲା। ତେବେ ଏହି ଖବର ପାର୍ଟି ନଜରରେ ଆସିଥିବା ବେଳେ ଏପରି କାହାକୁ ପାର୍ଟିରୁ ଟିକେଟ ଦିଆଯିବାର ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି। ୱାଙ୍ଖଡେ ଧରାବୀରୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀତା କରିବେ ବୋଲି ପ୍ରସାରିତ ଖବରରେ କୁହାଯାଇଥିଲା। ତେବେ ଶିବସେନା  ସିନ୍ଦେଗୋଷ୍ଠୀ ଧରାବୀ କି ଅନ୍ୟ କୌଣସି ଆସନରେ ତାଙ୍କୁ ପ୍ରାର୍ଥୀ କରିବନି ବୋଲି ସ୍ପଷ୍ଟ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.