ଆସାମରେ ଲୋକମାନ୍ୟ ଟର୍ମିନାଲ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଇଞ୍ଜିନ ସମେତ ୮ ବଗି ଲାଇନଚ୍ୟୁତ

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ: ଆସାମ ଦୀମା ହସାଓ ଦିଲ୍ଲାର ଡିବାଲୋଗ ଷ୍ଟେସନ ନିକଟରେ ଅଗରତାଲା-ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇଛି । ଏକ୍ସପ୍ରେସ୍ ଟ୍ରେନର ୮ଟି ଡବା ଚାଇନଚ୍ୟୁତ ହୋଇଛି । ପୂର୍ବୋତ୍ତର ସୀମାନ୍ତ ରେଲୱେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଯାତ୍ରୀଙ୍କ ଆହତ ନେଇ କୌଣସି ଖବର ନାହିଁ । ସେ କହିଛନ୍ତି ଯେ ଅପରାହ୍ଣ ୩ଟା ୫୫ ମିନିଟରେ ହୋଇଥିବା ଏହି ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଲାଇନଚ୍ୟୁତ ହୋଇଥିବା ବଗିଗୁଡ଼ିକ ମଧ୍ୟରେ ଟ୍ରେନର ପାୱାର କାର (ଜେନେରେଟ୍ ଥିବା ଅଂଶ) ଏବଂ ଇଞ୍ଜିନ ସାମିଲ ରହିଛି । 

ଅଧିକାରୀଙ୍କ ସୂଚନା ଅନୁସାରେ ଉଦ୍ଧାରକାର୍ଯ୍ୟର ନିରୀକ୍ଷଣ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଲୁମଡିଙ୍ଗରୁ ବିକଳ୍ପ ଟ୍ରେନକୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି । ସେ କହିଛନ୍ତି ଯେ ଲୁମଡିଙ୍ଗ-ବଦରପୁର ସିଙ୍ଗିଲ୍ ଲାଇନରେ ଟ୍ରେନ ଚଳାଚଳ ସ୍ଥଗିତ କରାଯାଇଛି । ଟ୍ରେନ୍ ଲାଉନଚ୍ୟୁତ ହେବା ପରେ ରେଲୱେ ଲୁମଡିଙ୍ଗ ହେଲ୍ପଲାଇନ ନମ୍ୱର ଜାରି କରାଯାଆଇଛି । ହେଲ୍ପଲାଇନ ନମ୍ୱରଗୁଡ଼ିକ ହେଉଛି-୦୩୬୭୪ ୨୬୩୧୨୦, ୦୩୬୭୪ ୨୬୩୧୨୬ ।

ଏହା ପୂର୍ବରୁ ତାମିଲନାଡ଼ୁରେ ଶୁକ୍ରବାର ରାତିରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଥିଲା । ମହୀଶୂରରୁ ବିହାରର ଦରଭଙ୍ଗା ଯାତ୍ରା କରୁଥିବା ବାଗମତୀ ଏକ୍ସପ୍ରେସ୍ ଚେନ୍ନାଇ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାଲବାହୀ ଟ୍ରେନ ସହ ଧକ୍କା ହେବା ପରେ ଟ୍ରେନରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସର ୬ଟି ବଗି ଲାଇନଚ୍ୟୁତ୍ ହୋଇଥିଲା । ଏହାସହ ଦୁଇଟି ବଗିରେ ନିଆଁ ମଧ୍ୟ ଲାଗିଥିଲା । ଏଥିରେ ୧୦ ଜଣ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.