ଏମର୍ଜେନ୍ସିକୁ ମିଳିଲା ସେନ୍‌ସର୍ ସାର୍ଟିଫିକେଟ୍, କଙ୍ଗନା କହିଲେ-ଶୀଘ୍ର ଘୋଷଣା ହେବ ରିଲିଜ୍ ତାରିଖ

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣୱାତ ନିଜର ଆଗାମୀ ଫିଲ୍ମ ଏମର୍ଜେନ୍ସି ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏମର୍ଜେନ୍ସିର ଟ୍ରେଲର୍ ରିଲିଜ ପରେ ଏହାକୁ ନେଇ ବିବାଦ ଦେଖାଗଲା । ଯେଉଁଥି ପାଇଁ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଯାଇଥିଲା । ତେବେ ଏହାରି ଭିତରେ କଙ୍ଗନା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ବଡ଼ ଖବର ସାମନାକୁ ଆସିଛି । କଙ୍ଗନାଙ୍କ ଏମର୍ଜେନ୍ସିକୁ ସେନସର ସାର୍ଟିଫିକେଟ୍ ମିଳିଛି । ସୋସିଆଲ୍ ମିଡିଆରେ ନିଜେ କଙ୍ଗନା ଏହି ସୂଚନା ଦେଇଛନ୍ତି ।

କଙ୍ଗନା ନିକ ଏକ୍ସ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଏମର୍ଜେନ୍ସି ସବୁଜ ସଂକେତ ମିଳିଥିବା ସୂଚନା ଦେଇଛନ୍ତି । କଙ୍ଗନା ଏକ୍ସରେ ଲେଖିଛନ୍ତି, 'ଆମେ ଏହା ଘୋଷଣା କରି ଖୁସି ଅନୁଭବ କରୁଛି ଯେ ଫିଲ୍ମ ଏମର୍ଜେନ୍ସି ପାଇଁ ସେନସର୍ ସାର୍ଟିଫିକେଟ୍ ମିଳିଛି, ଖୁବଶୀଘ୍ର ରିଲିଜ୍ ତାରିଖ ଘୋଷଣା କରାଯିବ । ଆପଣଙ୍କ ଧୈର୍ଯ୍ୟ ଏବଂ ସମର୍ଥନ ପାଇଁ ଧନ୍ୟବଦ ।' କଙ୍ଗନାଙ୍କ ଏହି ପୋଷ୍ଟରେ ତାଙ୍କ ଖୁସି ବାରି ହେଉଛି । ଅଭିନେତ୍ରୀଙ୍କ ଏହି ପୋଷ୍ଟ ଟ୍ୱିଟରରେ ଭାଇରାଲ୍ ହେବାରେ ଲାଗିଛି ।

କଙ୍ଗନା ରଣାୱତଙ୍କ ଫିଲ୍ମ ଏମର୍ଜେନ୍ସି ପ୍ରଥମେ ୨୦୨୪ ସେପ୍ଟେମ୍ୱର ୬ରେ ରିଲିଜ ହୋଇଥାନ୍ତା । କିନ୍ତୁ ରିଲିଜ୍ ଉପରେ ରୋକ ଲଗାଯାଇଥିଲା । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଶିଖ ସଂଗଠନ ଏହାକୁ ବିରୋଧ କରିଥିଲେ । ଏହାପରେ ଫିଲ୍ମର ରିଲିଜକୁ ସ୍ଥଗିତ କରାଯାଇଥିଲା । ଶିଖ ସମୁଦାୟର ଅଭିଯୋଗ ଥିଲା ଯେ ଫିଲ୍ମରେ ତାଙ୍କ ସମୁଦାୟକୁ ଭୁଲ ଚିତ୍ରଣ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.