ବିଜେଡି ସାଂସଦ ପ୍ରାର୍ଥୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, କହିଲେ- ‘ଦଳରେ ଥାଇ ବିଭୀଷଣ କାମ କରିଥିଲେ’

Published By : Prameya-News7 Bureau | October 16, 2024 IST

ଭୁବନେଶ୍ବର ୧୬।୧୦: ଆସିକାରେ ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟକ ଲତିକା ପ୍ରଧାନ । ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାଁରେ ସଙ୍ଗୀନ ଆରୋପ ଆଣିଲେ ଲତିକା । ତାଙ୍କ ପାଇଁ ବିଜେଡି ଆସିକା ଲୋକସଭା ସହ ଅନେକ ବିଧାନସଭା କ୍ଷେତ୍ରରେ ହାରିଲା ବୋଲି ଲତିକା କହିଛନ୍ତି । ହିଞ୍ଜିଳିରେ ଭୋଟ୍ କମିବା ସହ କବିସୂର୍ଯ୍ୟନଗରରେ ବି ଦଳ ତାଙ୍କ ପାଇଁ ହାରିଲା । ଦଳରେ ଥାଇ ବିଭୀଷଣ କାମ କରିଥିଲେ ଆସିକା ସାଂସଦ ପ୍ରାର୍ଥୀ । ଏ ନେଇ ଭିଡିଓ ଏବଂ ଫଟୋ ବି ଘୁରି ବୁଲୁଛି । ନିର୍ବାଚନ ସମୟରେ ଓ ନିର୍ବାଚନ ପରେ ସାଲିସ କରି କାମ କରିଥିଲେ । ବିଜେଡି ସୁପ୍ରିମୋଙ୍କୁ ଏ ବାବଦରେ ଅବଗତ କରାଇଛି ବୋଲି ଲତିକା ପ୍ରଧାନ କହିଛନ୍ତି ।


You Can Read:

କଡା ସୁରକ୍ଷାରେ ଟ୍ରେଜେରୀରେ ରହିଛି ଜବତ ରୁପା, ବୈଧ ବିଲ୍ ନ ଦେଖାଇଲେ ହେବ ସିଜ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.