ଯେଉଁମାନେ ଦଳ ଛାଡୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟ ଲୋକେ ଜାଣନ୍ତି, ସମୟ ଆସିଲେ ଭୋଟର ଜବାବ ଦେବେ : ସନ୍ତୃପ୍ତ ମିଶ୍ର

Published By : Prameya-News7 Bureau | October 16, 2024 IST

କଟକ ୧୬।୧୦: ବିଜେଡି଼ର କିଛି ବରିଷ୍ଠ ନେତା ଦଳ ଛାଡିବା ଚର୍ଚ୍ଚା ଓ ଗତ ନିର୍ବାଚନ ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରିବା ପ୍ରସଙ୍ଗରେ ବିଜେଡି ଜାତୀୟ ମୁଖପାତ୍ର ସନ୍ତୃପ୍ତ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ବିଶେଷ କରି ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖି ସନ୍ତୃପ୍ତ କହିଛନ୍ତି, ବଡ଼ ବଡ ଝଡ଼ ଆସିଲେ ଛୋଟ ଛୋଟ ଡାଳ ଭାଙ୍ଗି ପଡେ । ତେଣୁ ବିଜେଡି ଭଳି ଏକ ମହାଦ୍ରୁମ ଏଥିରେ ଆଦୌ ବିଚଳିତ, ବିବ୍ରତ ନୁହେଁ ବୋଲି । ସନ୍ତୃପ୍ତ ଆହୁରି ମଧ୍ୟ କହିଛନ୍ତି, ବିଜେପି ଯେତେ ପାରୁଛି ସେତେ ନେତା ବିଜେଡିରୁ ନେଇ ଯାଆନ୍ତୁ । ଯେଉଁ ମାନେ ଦଳ ଛାଡି ଯାଉଛନ୍ତି, ସେମାନଙ୍କ ଉଦ୍ଦେଶ୍ୟ ଲୋକେ ଠିକ୍ ଭାବେ ଜାଣନ୍ତି ଓ ସମୟ ଆସିଲେ ଭୋଟର ତାର ଜବାବ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସନ୍ତୃପ୍ତ। 

ସେପଟେ ବରିଷ୍ଠ ନେତା ଦଳ ଛାଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଟକ ଜିଲ୍ଲା ବିଜେଡ଼ି ସଭାପତି ତଥା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ଅମର ଶତପଥୀ ଦଳ ପରିବର୍ତ୍ତନ କରିବା କିଛି ନୂଆ କଥା ନୁହେଁ । ସେହିପରି ପ୍ରସନ୍ନ ପାଟ୍ଟଶାଣୀ ବାରମ୍ବାର ବିଜେଡି ଟିକଟରେ ନିର୍ବାଚିତ ହେବା ପରେ ଏବେ ଯେଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ତାଙ୍କୁ ଶୋଭା ପାଉନି ବୋଲି ଦେବାଶିଷ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

You Can Read:

ବିଜେଡି ସାଂସଦ ପ୍ରାର୍ଥୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, କହିଲେ- ‘ଦଳରେ ଥାଇ ବିଭୀଷଣ କାମ କରିଥିଲେ’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.