ସାହିଦଙ୍କ ଯୋଗୁଁ କରୀନା-ପ୍ରିୟଙ୍କାଙ୍କ ମଧ୍ୟରେ ହୋଇଥିଲା ଝଗଡା ! ଅଭିନେତ୍ରୀ କଲେ ଖୁଲାସା

Published By : Prameya-News7 Bureau | October 16, 2024 IST

ମୁମ୍ଵାଇ ୧୬।୧୦; ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା। ସେ ତାଙ୍କ ପରିବାର ସହିତ ବିଦେଶରେ ରହୁଛନ୍ତି। ସେ ପ୍ରାୟତ କିଛି କାମ କିମ୍ବା ଚଳଚ୍ଚିତ୍ର ପାଇଁ ଭାରତକୁ ଆସନ୍ତି । ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବହୁ ଚର୍ଚ୍ଚିତ । କ୍ୟାରିୟର ଆରମ୍ଭରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଯାହା ବିଷୟରେ ସେ ଅନେକ ସାକ୍ଷାତକାରରେ କହିଛନ୍ତି । ତେବେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ନାମ ଅନେକ ବଲିଉଡ ଅଭିନେତାଙ୍କ ସହ ଜଡିତ ହେବା ଆରମ୍ଭ କରିଥିଲା । ସାହିଦ କପୁର ସେମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟ ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। 

ଫିଲ୍ମ ସର୍କଲରେ ଏକ ଗୁଜବ ସୃଷ୍ଟି ହୋଇଥିଲା ଯେ ସାହିଦଙ୍କୁ ନେଇ ପ୍ରିୟଙ୍କା ଚୋପ୍ରା ଏବଂ କରୀନା କପୁର ମଧ୍ୟ ବହୁତ ଝଗଡା ହୋଇଥିଲା। କିନ୍ତୁ ଏକ ସାକ୍ଷାତକାରରେ ପ୍ରିୟଙ୍କା ଏହା ପଛର ପ୍ରକୃତ ସତ କହିଥିଲେ। କିଛି ବର୍ଷ ପୂର୍ବେ ପ୍ରିୟଙ୍କା ଚୋପ୍ରା 'ଆପ୍ କି ଅଦାଲତ'ରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ସାହିଦ କପୁରଙ୍କ ବିଷୟରେ ତାଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା। ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। କରୀନା କପୁରଙ୍କ ସହ ହୋଇଥିବା ଝଗଡା ବିଷୟରେ ପ୍ରିୟଙ୍କା କହିଥିଲେ ଯେ ଏହା କେବେ ହୋଇ ନଥିଲା। 

ପ୍ରିୟଙ୍କା କରୀନାଙ୍କ ସହ ଝଗଡା ହୋଇଥିଲା କି?

ପ୍ରିୟଙ୍କା ଚୋପ୍ରାଙ୍କୁ ପଚରାଯାଇଥିଲା ଯେ ଆପଣ କେଉଁଠି ସୁଟିଂ କରୁଥିଲେ , ଏହି ସମୟ ମଧ୍ୟରେ କରୀନା କପୁର ବି ସେଠାକୁ ଆସିଥିଲେ ଏବଂ ତୁମେ ତାଙ୍କୁ ୩-୪ ଘଣ୍ଟା ଅପେକ୍ଷା କରାଇଥିଲ କି? ଏହା ଉପରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ ମୁଁ ଏବଂ କରୀନା କପୁର ଅଧ ଘଣ୍ଟା ଧରି ବସି କଥାବାର୍ତ୍ତା କରୁଥିଲୁ। କାହିଁକି ନା ତାଙ୍କର ଶୀଘ୍ର ଟାଇମ ଜଲଦି ଥିଲା । ପରେ କରିନାଙ୍କୁ କହିଲି ତମେ ଜଲଦି ଚାଲି ଯାଅ ଯେ ମୋର ପ୍ରଡକ୍ସନ୍ରେ ସମୟରେ ଲାଗିବ, ତା’ପରେ ସେ ଘରକୁ ଯାଇଥିଲେ ପରଦିନ ସକାଳେ ଫେରିଲେ । 

ଯେତେବେଳେ ତାଙ୍କୁ ପଚରାଗଲା ଯେ ସାହିଦ କପୁରଙ୍କ ନାମ କାହିଁକି ନେଲ ନାହିଁ । ସେତେବେଳେ ସେ ପ୍ରଥମେ ଭାବିବା ଆରମ୍ଭ କଲେ ଏବଂ ପରେ ଉତ୍ତର ଦେଲେ। କହିଲେ ‘କାମିନେ’ର ସୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । କୁହାଯାଏ ପ୍ରିୟଙ୍କା ଏବଂ ସହିଦ କପୁର ପରସ୍ପରକୁ ଡେଟ କରିଛନ୍ତି। ଏନେଇ କରୀନା କହିଥିଲେ ଯେ ପ୍ରିୟଙ୍କା ଏହାକୁ କେବେ ଗ୍ରହଣ କରିନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.