‘ସିଟାଡେଲ୍ ହନି ବନି’ର ଜବରଦସ୍ତ ଟ୍ରେଲର ରିଲିଜ୍, ଆକ୍ସନ ଅବତାରରେ ନଜର ଆସିଲେ ବରୁଣ-ସାମନ୍ଥା

Published By : Prameya-News7 Bureau | October 16, 2024 IST

ମୁମ୍ଵାଇ ୧୬।୧୦: ସାମନ୍ଥା ରୁଥ୍‌ ପ୍ରଭୁ ଓ ବରୁଣ ଧୱନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ସ୍ପାଏ ଥ୍ରିଲର ସିରିଜ୍‌ ‘ସିଟାଡେଲ୍‌: ହନି ବନି’ର ଟ୍ରେଲର ସାମ୍ନାକୁ ଆସିଛି । ୨ ମିନିଟ୍‌ ୫୧ ସେକେଣ୍ଡର ସେହି ଟ୍ରେଲରରେ ଚିତ୍ତାକର୍ଷକ ଆକ୍ସନ୍‌ ଦୃଶ୍ୟ ଓ ରୋମାଞ୍ଚ ଦେଖିବାକୁ ମିଳୁଛି । ଫିଲ୍ମର କାହାଣୀ ଷ୍ଟଣ୍ଟମ୍ୟାନ୍‌ ବନି(ବରୁଣ ଧୱନ୍‌) ଓ ସଂଘର୍ଷରତ ଅଭିନେତ୍ରୀ ହନି(ସମନ୍ଥା ରୁଥ୍‌ ପ୍ରଭୁ)ଙ୍କ ଉପରେ ପର୍ଯ୍ୟବସିତ ।

ସେମାନେ ଭୁଲ୍‌ରେ ଗୁଇନ୍ଦାଗିରି ଓ ଧୋକ୍କାର ଦୁନିଆରେ ଫସିଯାନ୍ତି । ସମୟ ଚକ୍ରରେ ପରସ୍ପରଠାରୁ ଅଲଗା ବି ହୋଇଯାନ୍ତି । ଦୀର୍ଘ ବର୍ଷ ପରେ ଯେତେବେଳେ ସେମାନଙ୍କର ଭୟାବହ ଅତୀତ ସାମ୍ନାକୁ ଆସେ, ସେତେବେଳେ ଝିଅ ନାଦିୟାର ସୁରକ୍ଷା ଲାଗି ସେମାନଙ୍କୁ ପୁଣି ଥରେ ଏକଜୁଟ ହୋଇ ଲଢ଼ିବାକୁ ପଡ଼େ । 

‘ଫ୍ୟାମିଲି ମ୍ୟାନ୍‌’ ଓ ‘ଫର୍ଜି’ ଭଳି ସ୍ପାଏ ଥ୍ରିଲରର ନିର୍ଦ୍ଦେଶନା ଦେଇଥିବା ରାଜ୍‌ ଆଣ୍ଡ ଡିକେ ଏହାର ନିର୍ଦ୍ଦେଶନାରେ ଅଛନ୍ତି । ନଭେମ୍ବର ୭ରେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଏହା ରିଲିଜ୍‌ ହେବ । ସାମନ୍ଥା, ବରୁଣଙ୍କ ବ୍ୟତୀତ ବରିଷ୍ଠ ଅଭିନେତା କେକେ ମେନନ୍‌ଙ୍କୁ ଏଥିରେ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.