ଦୀଘା ସମୁଦ୍ରରେ ଉଠିଲା ୧୦ ଫୁଟର ଜୁଆର, ବାତ୍ୟା ଭୟରେ ଲୋକେ ଛାନିଆ

Published By : Prameya-News7 Bureau | October 18, 2024 IST

ଭୋଗରାଇ  ୧୮/୧୦: ପୂର୍ଣ୍ଣିମାରେ ଦୀଘା ସମୁଦ୍ରରେ ୧୦ ଫୁଟରୁ ଉର୍ଦ୍ଧ୍ୱ ଉଚ୍ଚ ଜୁଆର । ସୁରକ୍ଷା ପାଚେରୀ ଡେଇଁ ଦୀଘା ସହର ଭିତରକୁ ପଶିଚି ସମୁଦ୍ର ପାଣି ଲୋକେ ଭୟଭୀତ । ଓଡ଼ିଶାରେ ଉଦୟପୁର ତାଳସାରି ନାରାୟଣ ମହାନ୍ତି ପଡ଼ିଆ ,ବିଚିତ୍ରପୁର ଆଦି ସ୍ଥାନରେ ମଧ୍ୟ ମଧ୍ୟ ପ୍ରବଳ ଜୁଆର ନେଇ ଲୋକେ ଭୟବିତ । ଉଚ୍ଚ ଜୁଆରେ ଦୁଇ ପର୍ଯ୍ୟଟକ ଆହତ ହୋଇ ଦୀଘା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । 

ସୂଚନା ଥାଉକି, ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ- ଜିଏଫଏସ୍ ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମୁଦ୍ରରୁ ବଳ ଗୋଟାଇବ । ଫଳରେ ଏହା ବାତ୍ୟାରେ ପରିଣତ ହୋଇପାରେ । ତେବେ ଏହାର ତୀବ୍ରତା ଓ ଗତିପଥକୁ ନେଇ ବାରମ୍ୱାର ଆକଳନ ପରିବର୍ତ୍ତନ କରୁଛି ଜିଏଫଏସ୍ ମଡେଲ, ଯାହାକୁ ନେଇ ସନ୍ଦେହ ବଢୁଛି । 

ଇସିଏମଡବ୍ଲୁଏଫ ମଡେଲ... କେବଳ ଜିଏଫଏସ ମଡେଲ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ପାଣିପାଗକୁ ପୂର୍ବାନୁମାନ କରୁଥିବା ଆଉ ଏକ ସଂସ୍ଥା ସେଣ୍ଟର ଫର ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ- ଇସିଏମଡବ୍ଲୁଏଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ ମଧ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି । ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଏହି ମଡେଲ ।

ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଏହା କେବଳ ବିଭିନ୍ନ ପାଣିପାଗ ମଡେଲର ଆକଳନ । ବଙ୍ଗୋପସାଗରରେ ବାତ୍ୟାକୁ ନେଇ ପୂର୍ବାନୁମାନ କରୁଥିବା ସବୁଠାରୁ ଭରସାଯୋଗ୍ୟ ସରକାରୀ ପାଣିପାଗ ସଂସ୍ଥା ଆଇଏମଡି ସମ୍ଭାବ୍ୟ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ । କେବଳ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ଏହା ଘନୀଭତ ହୋଇପାରେ ବୋଲି କହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.