ହବିଷ୍ୟାଳିଙ୍କ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି, ଲେଖାଶ୍ରୀ କହିଲେ- ଅନଲାଇନ ପଞ୍ଜିକରଣ ପ୍ରହସନ ବନ୍ଦ କରି ସବୁ ହବିଷ୍ୟାଳିଙ୍କ ପାଇଁ ସୁବନ୍ଦୋବସ୍ତ

Published By : Prameya-News7 Bureau | October 18, 2024 IST

ଭୁବନେଶ୍ବର ୧୮।୧୦: ପୁରୀରେ ହବିଷ୍ୟାଳି ମାନେ ହନ୍ତସନ୍ତ ହେବାକୁ ନେଇ ବିଜେପି ସରକାର ଉପରେ ବର୍ଷିଲା ବିଜେଡ଼ି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ଅନଲାଇନ ପଞ୍ଜିକରଣ ପ୍ରହସନ ବନ୍ଦ କରି ସବୁ ହବିଷ୍ୟାଳିଙ୍କ ପାଇଁ ସୁବନ୍ଦୋବସ୍ତ କରିବାକୁ ଦାବି କଲା ବିଜେଡି । ସେ ଆହୁରି କହିଛନ୍ତି, ହବିଷ୍ୟାଳି ମାନଙ୍କ ପାପ ସରକାରକୁ ଲାଗିବ । ଦିଲ୍ଲୀ ଓ ନାଗପୁରରେ ହବିଷ୍ୟାଳି ବ୍ୟବସ୍ଥା ନଥିବାରୁ ଏଠି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ନାହିଁ । ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଲା କିନ୍ତୁ ପ୍ରତ୍ୟେକ ଦିନ ଏଠି ଓଡ଼ିଆ ଅସ୍ମିତାକୁ କୁଠାରଘାତ କରାଯାଉଛି । କାର୍ତ୍ତିକ ମାସ ଆମ ସମସ୍ତଙ୍କ ପାଇଁ ଏକ ପବିତ୍ର ମାସ । ଏହି କାର୍ତ୍ତିକ ମାସରେ ବିଧବା ମହିଳା କି ବୃଦ୍ଧା ମାନେ ହବିଷ କରିଥାନ୍ତି । ହବିଷ୍ୟାଳି ମାନଙ୍କୁ ଯେଉଁଭଳି ଭାବେ ବ୍ୟବହାର କରାଗଲା ତାହା ସମସ୍ତଙ୍କୁ ବ୍ୟଥିତ କରିଛି । ରାଜ୍ୟ ସରକାର ହବିଷ୍ୟାଳି ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନକରି ସେମାନଙ୍କୁ ହନ୍ତସନ୍ତ କରି ଧୋକା ଦେଇଛନ୍ତି । 

ନବୀନ ପଟ୍ଟନାୟକ ବୃନ୍ଦାବତୀ ନିବାସ ୩୯ କୋଟି ବ୍ୟୟ ବରାଦରେ ନିର୍ମାଣ କରିଥିଲେ । ଏହା ହବିଷ୍ୟାଳି ମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା । ସେବେ ହବିଷ୍ୟାଳି ମାନଙ୍କ ପାଇଁ ନବୀନ ପଟ୍ଟନାୟକ ସବୁ ବ୍ୟବସ୍ଥା କରିଥିଲେ । ଗତବର୍ଷ ୩୨୦୦ ହବିଷ୍ୟାଳି ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କେବଳ ୨୫୦୦ ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସରେ ରଖାଯାଇଛି । ଅନ୍ୟ ମାନଙ୍କୁ ଅନଲାଇନ ପଞ୍ଜିକରଣ ନାଁରେ ଧକା ମରାଯାଉଛି । ମାଆ ମାନେ ଦିନରେ ଖରା, ରାତିରେ କାକର ମାଡ଼ ଖାଇ କାନ୍ଦୁଛନ୍ତି । ସରକାର କହିବେ କିଏ ଧର୍ମ କରିବ କିଏ ନ କରିବ । ଇଏ ଏକ ଉଦ୍ଭଟ ଚିନ୍ତାଧାରା ବୋଲି ଲେଖାଶ୍ରୀ କହିଛନ୍ତି ।


You Can Read:

ଭରତପୁର ଥାନା ବିବାଦ : ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.