କଂଗ୍ରେସ ସହ ବିଜେଡି ଓ ବିଜେପି ନେତା ଯୋଗାଯୋଗରେ ଅଛନ୍ତି : ମହମ୍ମଦ ମୋକିମ୍

Published By : Prameya-News7 Bureau | October 18, 2024 IST

ଭୁବନେଶ୍ବର ୧୮।୧୦: ବିଜେଡି ଓ ବିଜେପି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି । ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ସେ କହିଛନ୍ତି, ଦୀପାବଳି ପାଖାପାଖି ପିସିସି ସଭାପତିଙ୍କ ନାଁ ଘୋଷଣା ହୋଇଯିବ । ପିସିସି ଗଠନ ହୋଇଯିବା ପରେ ଅନେକ ନେତା କଂଗ୍ରେସକୁ ଆସିବେ । ବିଜେଡି ଓ ବିଜେପିର ବହୁ ନେତା କଂଗ୍ରେସ ସହ ସଂପର୍କରେ ଅଛନ୍ତି । ନିର୍ବାଚନରେ ଲଢ଼ି ପରାସ୍ତ ହୋଇଥିବା ବହୁ ନେତା କଂଗ୍ରେସ ଆସିବେ । ବିଶେଷକରି ବିଜେଡିର ବହୁ ନେତା କଂଗ୍ରେସ ଦଳକୁ ଆସିବେ ବୋଲି ମୋକିମ୍ କହିଛନ୍ତି ।

ସେପଟେ, ଆସନ୍ତା ୨୫ ତାରିଖ ପରେ ଓଡିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ । ତାଙ୍କ ସହ ରାହୁଲ ଗାନ୍ଧୀଙ୍କ କୋର୍ ଟିମ୍‌ରେ କାମ କରୁଥିବା ମିନାକ୍ଷୀ ନଟରାଜନ । ଏହି ଦୁଇ ନେତାଙ୍କୁ ଓଡିଶା ପିସିସି ସଭାପତି ବାଛିବା ପାଇଁ ଦାୟିତ୍ୱ ଦିଆଯାଇଛ । ଦୁଇ ଦିନ ଓଡ଼ିଶାରେ ରହିବେ ଉଭୟ । ସଂଗଠନ ଓ ନେତୃତ୍ୱ ବାବଦରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ । ତେବେ ଦୀପାବଳି ପୂର୍ବରୁ ପିସିସି ସଭାପତି ଘୋଷଣା ହେଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇ ନେତା ଓଡିଶା ଆସି ବରିଷ୍ଠ ନେତା, ପୂର୍ବତନ ସାଂସଦ, ବିଧାୟକ, ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ।

You Can Read:

ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ, ମାଓ ସ୍ଥିତି ସମୀକ୍ଷା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.