ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ଅଣପଞ୍ଜିକୃତ ହବିଷ୍ୟାଳି, ୧୪୦ ଜଣଙ୍କ ପାଇଁ ବ୍ୟବସ୍ଥା

Published By : Prameya-News7 Bureau | October 18, 2024 IST

ପୁରୀ ୧୮।୧୦: ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ । ଶ୍ରୀକ୍ଷେତ୍ରରେ ଥିବା ହବିଷ୍ୟାଳି ମାନେ ସଂକଳ୍ପ କରି ଆଜିଠାରୁ ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ‌ ବ୍ରତ ପାଳନ‌ କରିବା ଆରମ୍ଭ କରିଛନ୍ତି । ତେବେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଫେରିଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଶିବିରରେ ରହି ବ୍ରତ ପାଳନ କରିବେ ବୋଲି ଜିଦ୍‌ରେ ଅଟଳ ରହିଲେ ଅଣପଞ୍ଜିକୃତ ହବିଷ୍ୟାଳି । ଶେଷରେ ହାର ମାନିଲା ପ୍ରଶାସନ । ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ପ୍ରୟାସ ଆରମ୍ଭ ହେଉଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି । ତେବେ ଆଜି ସୁଦ୍ଧା ସମସ୍ତ ଚୂଡ଼ାନ୍ତ ହୋଇସାରିବା ପରେ ଅନ୍ୟମାନଙ୍କୁ ପଞ୍ଜିକରଣ କରି ରଖିବାର ବ୍ୟବସ୍ଥା ହେବ ବୋଲି ଜିଲ୍ଲାପାଳ କହିଛନ୍ତି । 

ସେପଟେ ଗୁରୁବାର ହବିଷ୍ୟାଳି ଶିବିରରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ନରେନ୍ଦ୍ରକୋଣ ସ୍ଥିତ ବୃନ୍ଦାବତୀ ନିବାସ ଅଗଣାରେ ଅଣପଞ୍ଜିକୃତ ହବିଷ୍ୟାଳୀଙ୍କ ରାତି କଟିଥିଲା । ଶୀତ କାକର ସାଙ୍ଗକୁ ଭୋକ ଉପବାସରେ ରାତି ଅନିଦ୍ରା ହୋଇ ପଡି ରହିଥିଲେ ହବିଷ୍ୟାଳି । କେବଳ ସେତିକି ନୁହେଁ ମସା ଡାଉଁସରେ ରାତି ତମାମ ହବିଷ୍ୟାଳି ମାନେ ପଡି ରହିଥିବା ଅଭିଯୋଗ କରିଥିଲେ । ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଅଣପଞ୍ଜିକୃତ ହବିଷ୍ୟାଳି ରାତି ତମାମ ଏଭଳି ଅବସ୍ଥାରେ ପଡିଥିବା ବେଳେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । 

ଗୁରୁବାର ସକାଳୁ ଅଣପଞ୍ଜିକୃତ ହବିଷ୍ୟାଳିମାନେ ବୃନ୍ଦାବତୀ ନିବାସ ଓ ଅନ୍ୟାନ୍ୟ ତିନୋଟି ଶିବିରରେ ପହଞ୍ଚିଥିଲେ । ତେବେ ସେମାନଙ୍କୁ ଫେରିଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଶିବିରରେ ରହି ବ୍ରତ ପାଳନ କରିବେ ବୋଲି ଜିଦ୍‌ରେ ରହିଥିଲେ ଅଣପଞ୍ଜିକୃତ ହବିଷ୍ୟାଳି । 


You Can Read:

ହବିଷ୍ୟାଳିଙ୍କ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି, ଲେଖାଶ୍ରୀ କହିଲେ- ଅନଲାଇନ ପଞ୍ଜିକରଣ ପ୍ରହସନ ବନ୍ଦ କରି ସବୁ ହବିଷ୍ୟାଳିଙ୍କ ପାଇଁ ସୁବନ୍ଦୋବସ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.