ଏହି ଚଳଚ୍ଚିତ୍ରରେ ଐଶ୍ଵର୍ଯ୍ୟା ପିନ୍ଧିଥିଲେ ୨୦୦ କେ.ଜି ଗହଣା; ଅଳଙ୍କାର ପ୍ରସ୍ତୁତିରେ ଲାଗିଥିଲେ ୭୦ କାରିଗର, ସୁରକ୍ଷାରେ ଥିଲେ ୫୦ ସୁରକ୍ଷାକର୍ମୀ

Published By : Prameya-News7 Bureau | October 18, 2024 IST

ମୁମ୍ଵାଇ ୧୮।୧୦: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ। ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଲକ୍ଷ ଲକ୍ଷ ଫ୍ୟାନ୍ସ ଦିୱାନା । ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କର ଗୋଟିଏ ଫିଲ୍ମକୁ ମଧ୍ୟ ହାତଛଡ଼ା କରନ୍ତି ନାହିଁ। କିନ୍ତୁ ଆପଣ ଜାଣନ୍ତି କି ଐଶ୍ୱର୍ଯ୍ୟା ତାଙ୍କର ଗୋଟିଏ ଚଳଚ୍ଚିତ୍ରରେ ପ୍ରାୟ ୨୦୦ ରୁ ୪୦୦ କିଲୋଗ୍ରାମ ସୁନା ଅଳଙ୍କାର ପିନ୍ଧିଥିଲେ।

ଐଶ୍ୱର୍ଯ୍ୟା ରାୟ ବାସ୍ତବ ଜୀବନରେ ସୁବର୍ଣ୍ଣ ଅଳଙ୍କାର ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି, କିନ୍ତୁ ଚଳଚ୍ଚିତ୍ରରେ ତାଙ୍କୁ ଅନେକ ଥର ଭାରୀ ସୁନା ଅଳଙ୍କାର ପିନ୍ଧିବାକୁ ପଡୁଥିଲା । ଆପଣ ତାଙ୍କର ସୁପରହିଟ୍ ଚଳଚ୍ଚିତ୍ର ଯୋଦ୍ଧା ଆକବରଙ୍କୁ ମନେ ରଖିବେ ।

ଯୋଦ୍ଧା ଆକବର ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ମୋଗଲ ସମ୍ରାଟ ଆକବରଙ୍କ ପତ୍ନୀ ଯୋଦ୍ଧା ଭୂମିକାରେ ଅଭିନୟ କରିଥିଲେ। ଯେଉଁଥିପାଇଁ ତାଙ୍କୁ ରାଣୀ ପରି ସବୁ କିଛି ପିନ୍ଧିବାକୁ  ପଡୁଥିଲା।

ଯୋଦ୍ଧା ହେବାକୁ ହେଲେ ଐଶ୍ୱର୍ଯ୍ୟାଙ୍କୁ ଗ୍ରୀଷ୍ମ ସମୟରେ ମଧ୍ୟ ଭାରି ଅଳଙ୍କାର ପିନ୍ଧିବାକୁ ପଡିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୭୦ ଜଣ କାରିଗରଙ୍କୁ ଏହି ଫିଲ୍ମ ପାଇଁ ଅଳଙ୍କାର ତିଆରି କରିବାକୁ ପଡିଥିଲା । 

କେବଳ ଏତିକି ନୁହେଁ, ଏହି ସୁନା ଅଳଙ୍କାରର ସୁରକ୍ଷା ପାଇଁ ୫୦ ଜଣ ବଡିଗାର୍ଡ ନିୟୋଜିତ ହୋଇଥିଲେ। ଯେଉଁମାନେ ୨୪ ଘଣ୍ଟା ଅଳଙ୍କାରର ସୁରକ୍ଷା କରୁଥିଲେ। ଏହି ଅଳଙ୍କାର ଗୁଡ଼ିକ କେବଳ ସୁନାରେ ନୁହେଁ ଅନେକ ମୂଲ୍ୟବାନ ରତ୍ନ ଏବଂ ମୋତିରେ ମଧ୍ୟ ତିଆରି କରାଯାଇଥିଲା । 

ଏହି ଚଳଚ୍ଚିତ୍ରରେ ଯୋଦ୍ଧା ହେବା ପାଇଁ ଐଶ୍ୱର୍ଯ୍ୟାଙ୍କୁ ପ୍ରାୟ ୨ଘଣ୍ଟା ମେକ୍ ଇନ୍ ରୁମ୍‌ରେ ବସିବାକୁ ପଡିଥିଲା ।  ବିଶାଳ ହାର ଏବଂ ମାଙ୍ଗ ଟିକ୍କା ଠାରୁ ଆରମ୍ଭ କରି ସମସ୍ତ ଅଳଙ୍କାର ପ୍ରକୃତ ସୁନାରେ ନିର୍ମିତ ହୋଇଥିଲା । ଯେଉଁଥିରେ ବିରଳ ମୋତି ତିଆରି କରାଯାଇଥିଲା ।

କୁହାଯାଏ ଯେ ସମସ୍ତ ଅଳଙ୍କାରର ଓଜନ ୪୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଥିଲା। ଯେଉଁଥିରେ ଐଶ୍ୱର୍ଯ୍ୟା ରାୟ ଏହି ଚଳଚ୍ଚିତ୍ରରେ ଯୋଦ୍ଧା ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କ ଲୁକକୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା ।

ଏହି ଚଳଚ୍ଚିତ୍ରରେ ନିର୍ମାତାମାନେ ଐଶ୍ୱର୍ଯ୍ୟା ରାୟଙ୍କ ଚରିତ୍ରକୁ ରିଅଲ ଲୁକ୍‌ ଦେବାକୁ ଚାହୁଁଥିଲେ। ତେଣୁ ସେମାନେ ଅଳଙ୍କାର ତିଆରି କରିବାରେ ପଛଘୁଞ୍ଚା ଦେଇନଥିଲେ। ନିର୍ମାତାମାନେ ଆଦୌ ଅସାବଧାନ ହେବାକୁ ଚାହୁଁନଥିଲେ।

ଆଜି ବି ଯେତେବେଳେ କେହି ବି  ଯୋଦ୍ଧା ଆକବର ଫିଲ୍ମ ଦେଖନ୍ତି,ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟ ସହିତ, ସେ ପିନ୍ଧିଥିବା ଅଳଙ୍କାର ମଧ୍ୟ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଥାଏ । କେବଳ ଏତିକି ନୁହେଁ ଅନେକ ଝିଅ ନିଜ ବିବାହରେ ଐଶ୍ୱର୍ଯ୍ୟା ରାୟଙ୍କ ଲୁକକୁ କପି କରନ୍ତି। ଫିଲ୍ମ ରିଲିଜ ହେବା ପରେ ରାଜପୁତି ଅଳଙ୍କାର ମଧ୍ୟ ବହୁତ ଚାହିଦା ହୋଇଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.