କଙ୍ଗନାଙ୍କ 'ଏମର୍ଜେନ୍ସି'କୁ ମିଳିଲା ସେନ୍ସର ସାର୍ଟିଫିକେଟ, ଖୁବ୍ ଶୀଘ୍ର ଆସିବ ଫିଲ୍ମର ରିଲିଜ୍ ଡେଟ୍

Published By : Prameya-News7 Bureau | October 18, 2024 IST

ମୁମ୍ବାଇ, ୧୮।୧୦: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’କୁ ଗୁରୁବାର ସେନ୍ସର ବୋର୍ଡ ପକ୍ଷରୁ ସାର୍ଟିଫିକେଟ ମିଳିଛି । ରିପୋର୍ଟ ଅନୁସାରେ ଫିଲ୍ମରେ ଗୋଟିଏ ମିନିଟ୍‌ର ଦୃଶ୍ୟ କଟାଯାଇଛି । ଏବେ ଫିଲ୍ମଟି ମୁକ୍ତିଲାଭ କରିବାକୁ ପ୍ରସ୍ତୁତ । ଖୁବ୍‌ଶୀଘ୍ର କଙ୍ଗନାଙ୍କ ପକ୍ଷରୁ ରିଲିଜ୍‌ ତାରିଖ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଫିଲ୍ମକୁ ନେଇ ଶିଖ୍‌ ସଙ୍ଗଠନଗୁଡ଼ିକ ପକ୍ଷରୁ ଆପତ୍ତି ଉଠିଥିଲା । 

ଏଥିଯୋଗୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍‌ସି) ସାର୍ଟିଫିକେଟ ଦେଇ ନ ଥିଲା । ଫିଲ୍ମର ଏକାଧିକ୍‌ ଦୃଶ୍ୟକୁ ନେଇ ସିବିଏଫ୍‌ସି ମଧ୍ୟ ଆପତ୍ତି ଉଠାଇଥିଲା । ଫିଲ୍ମରେ ୩ଟି ଦୃଶ୍ୟ ହଟାଇବାକୁ ସିବିଏଫ୍‌ସି ନିର୍ଦ୍ଦେଶ ଦେଇଥିଲା । ଏଥିସହ ଫିଲ୍ମ ରିଲିଜ କରିବା ପୂର୍ବରୁ ସେଥିରେ ୧୦ ପରିବର୍ତ୍ତନ କରିବାକୁ ମଧ୍ୟ କହିଥିଲା । 

ଫିଲ୍ମର ସାର୍ଟିଫିକେସନରୁ ଦେଖିବାକୁ ମିଳିଛି ଯେ ଏହାର ପୂର୍ବ ରନ୍‌ଟାଇମ୍‌ ୧୪୭ ମିନିଟ୍‌ ଥିବାବେଳେ ଏବେ ତାହା ୧୪୬ ମିନିଟ୍‌ ରହିଛି । ସେନ୍ସର ସାର୍ଟିଫିକେଟ ମିଳିବା ପରେ କଙ୍ଗନା ଖୁସି ବ୍ୟକ୍ତ କରିଛନ୍ତି । ନିକ ଏକ୍ସ ହ୍ୟାଣ୍ଡେଲରେ କଙ୍ଗନା ଲେଖିଛନ୍ତି, ‘ଏମର୍ଜେନ୍ସି’ ପାଇଁ ସାର୍ଟିଫିକେଟ ମିଳିଯାଇଛି । ଖୁବ୍‌ଶୀଘ୍ର ଫିଲ୍ମର ରିଲିଜ ତାରିଖ ଘୋଷଣା କରିବୁ । ଆପଣଙ୍କ ଧୈର୍ଯ୍ୟ ଏବଂ ସମର୍ଥନ ପାଇଁ ଧନ୍ୟବାଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.