ଗଙ୍ଗା ନଦୀ ଉପରେ ୬ ଲାଇନ୍‌ର ପ୍ଲାଏଓଭର, ତଳେ ୪ ଲାଇନ୍‌ର ରେଲୱେ ଟ୍ରାକ ; ବାରଣାସୀକୁ ସ୍ଵତନ୍ତ୍ର ଉପହାର ଦେଲେ PM ମୋଦୀ

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ ୧୮।୧୦: ବାରଣାସୀର ଗଙ୍ଗା ନଦୀ ଉପରେ ନିର୍ମାଣ ହେବ ସବୁଠୁ ବଡ଼ ରୋଡ୍ ବ୍ରିଜ୍। ଏଥିପାଇଁ ଏହି ପ୍ରସ୍ତାବରେ କେନ୍ଦ୍ର କ୍ୟାବିନେଟ ଦ୍ୱାରା ପାରିତ ହୋଇଛି। ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୬୪୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ଏକ ରେଳ କମ ରୋଡ୍ ବ୍ରିଜ୍ ହେବ ଏହି ବ୍ରିଜରେ ରହିବ ୧୦ଟି ଲେନ୍। ୨ ଉପରେ ଅନ୍ୟାନ୍ୟ ଯାନବାହନ ଚଳାଚଳ ପାଇଁ ରହିବ ୬ଟି ରାସ୍ତା ଓ ତଳେ ରହିବ ୪ଟି ଟ୍ରେନ୍ ଲାଇନ୍। 

ରେଳ ମନ୍ତ୍ରଣାଳୟର ପ୍ରସ୍ତାବିତ ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପରିଚାଳନାକୁ ସହଜ କରିବ । ଏହି ପ୍ରକଳ୍ପ ଉତ୍ତରପ୍ରଦେଶର ବାରାଣସୀ ଓ ଚାନ୍ଦୌଲି ଜିଲ୍ଲା ଦେଇ ଗତି କରିବ । ବାରାଣସୀ-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ (ଡିଡିୟୁ) ଜଙ୍କସନ୍ ରୁଟ୍ ଉଭୟ ଯାତ୍ରୀ ଓ ମାଲ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ରୁଟରେ କୋଇଲା, ସିମେଣ୍ଟ ଓ ଖାଦ୍ୟଶସ୍ୟ ପରି ସାମଗ୍ରୀ ପରିବହନ ହେଉଛି।


ଏଥିସହ ସହିତ ପର୍ଯ୍ୟଟନ ଶିଳ୍ପର ଚାହିଦା ପୂରଣ କରିବାରେ ଏହାର ଭୂମିକା ଥିବାରୁ ପ୍ରବଳ ଭିଡ଼ ହେଉଛି। ଏହାର ସମାଧାନ ପାଇଁ ଗଙ୍ଗା ନଦୀ ଉପରେ ଏକ ନୂତନ ରେଳ- ତଥା-ରୋଡ ପୋଲ ଓ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍‍ ସମେତ ଭିତ୍ତିଭୂମିର ଉନ୍ନତିକରଣର ଆବଶ୍ୟକତା ରହିଛି। ୟୁପିର ୨ଟି ଜିଲ୍ଲାକୁ ସଂଯୋଗ କରୁଥିବା ଏହି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦ କିଲୋମିଟର ବୃଦ୍ଧି କରିବ।

ଏହି ପ୍ରକଳ୍ପ ବାରାଣାସୀର ବିକାଶ ପାଇଁ ଏକ ନୂତନ ଦିଗ ଦେବ, କେବଳ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ନୁହେଁ, ବରଂ ଏହି ଅଞ୍ଚଳର ବାଣିଜ୍ୟିକ ଏବଂ ଶିଳ୍ପ ବିସ୍ତାରରେ ମଧ୍ୟ ସହାୟକ ହେବ। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାଶୀ ଲୋକଙ୍କୁ ଏକ ବିଶେଷ ଉପହାର ଭାବରେ ବିବେଚନା କରାଯାଉଛି।  ବାରାଣାସୀରେ ଏହି ସେତୁ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଉନ୍ନତ ସୁବିଧା ଯୋଗାଇବ ଏବଂ ଏହି ଅଞ୍ଚଳର ଆର୍ଥିକ ତଥା ସାଂସ୍କୃତିକ ପ୍ରଗତିକୁ ମଧ୍ୟ ବୃଦ୍ଧି କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.