ହାଇଓ୍ବାକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଡ୍ରାଇଭର ଗୁରୁତର

Published By : Prameya-News7 Bureau | June 25, 2025 IST

ଆନନ୍ଦପୁର ୨୫।୬: ହାଇୱା ଗାଡିର ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଘଟଣାରେ ଡ୍ରାଇଭର ଗୁରୁତର ଥିବା ବେଳେ କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । କଲିକତାରୁ ରାୟପୁର ଅଭିମୁଖେ ଯାଉଥିବା "ହଂସ ଚଳ" ନାମକ ଏକ ଯାତ୍ରୀବାହୀ ଘରୋଇ ବସ୍ ଗତ ରାତିରେ ଆନନ୍ଦପୁର ଉପଖଣ୍ଡଟି ୨୦ନଂ ଜାତୀୟ ରାଜପଥ ହସନପୁର ଟୋଲ୍ ପ୍ଲାଜା ନିକଟରେ ଭାରସାମ୍ୟ ହରାଇ ଏକ ହାଇୱା ଗାଡିର ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଗୁରୁତର ଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇ ଚିକିତ୍ସା କରାଇଛି । ଦୁର୍ଘଟଣାଗ୍ରସ୍ତ ବସ୍‌ରେ ପ୍ରାୟ ଅଧିକାଂଶ ଯାତ୍ରୀ ବାହାର ରାଜ୍ୟ ଥିବାରୁ ସ୍ଥାନୀୟ ପ୍ରଶାସନ ତରଫରୁ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ପାଇଁ ପୁଣି ଥରେ ଗନ୍ତବ୍ୟସ୍ଥଳ କିଭଳି ଯିବ ତାରା ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

You Can Read:

ନରମିଲା ତହସିଲଦାରଙ୍କ ସ୍ବର : ହଟିଲା ‘ଜୋତା ପିନ୍ଧି ପ୍ରବେଶ ମନା’ ପୋଷ୍ଟର, ଲୋକଙ୍କ ପାଇଁ ପଡିଲା ଚେୟାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.