ସାଲେବରଟ ଗାଁରେ ଅଭାବନୀୟ ଘଟଣା, ପଥରରେ ଛେଚି ମାରିଦେଲେ ସଂପର୍କୀୟ ଭାଇ

Published By : Prameya-News7 Bureau | June 21, 2024 IST

କଣ୍ଟାବାଞ୍ଜି ୨୧।୦୬ : ବଲାଙ୍ଗୀର ଜିଲ୍ଲା ସିନ୍ଧେକଲା ଥାନ ସାଲେବରଟ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସାଲେବରଟ ଗାଁର ସ୍ୱାଦ ରଣା ବୋଲି ଜଣାପଡିଛି । ତାଙ୍କୁ ପଥରରେ ଛେଚି ସଂପର୍କୀୟ ଭାଇମାନେ ହତ୍ୟା କରିଛନ୍ତି । 

ଖବର ଅନୁଯାୟୀ, ପାରିବାରିକ କଳହ ଏବଂ ଜମିବାଡି ବିବାଦକୁ କେନ୍ଦ୍ର କରି ଅନେକ ସମୟରେ ବିବାଦ ଲାଗିରହିଥିଲା । ବିବାଦ ଏପରି ହେଲା କି ସାଲେବରଟ ଗାଁ ସ୍ୱାଦ ରଣାଙ୍କୁ ସଂପର୍କୀୟ ଭାଇମାନେ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନୁମାନରେ ୨ ଜଣ ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ ଅଟକ ଥିବା ଦୁଇ ଜଣ ହେଲେ ମକାରୁ ରଣା, ଲାଲଧର ରଣା ବୋଲି ଜଣାପଡିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.