କାଣ୍ଟା ଲଗା ଗାର୍ଲ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ

Published By : Prameya-News7 Bureau | June 28, 2025 IST

ମୁମ୍ୱାଇ ୨୮/୦୬: ଆଉ ନାହାନ୍ତି ଶେଫାଳି ଜରିୱାଲା । ବିଗ୍‌ ବସ୍‌ ପ୍ରତିଯୋଗି  ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲଙ୍କର ଗତକାଲି (ଶୁକ୍ରବାର) ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।


ସୂଚନା ଅନୁସାରେ ଶେଫାଳିଙ୍କୁ ତାଙ୍କ ସ୍ୱାମୀ ତଥା ଅଭିନେତା ପରାଗ ତ୍ୟାଗୀ ଓ ଅନ୍ୟ ୩ ଜଣ ଅପରାହ୍ନରେ ଆନେ୍ଧରୀର ବେଲିଭ୍ୟୁ ମଲ୍ଟିସ୍ପେଶାଲିଟି ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁର କାରଣ ହୃଦଘାତଜନିତ ହୋଇଥିବା ସୂଚନା ମିଳିଛି । ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ସୂଚନା ଅନୁସାରେ ଶେଫାଳିଙ୍କୁ ତାଙ୍କ ସ୍ୱାମୀ ତଥା ଅଭିନେତା  ପରାଗ ତ୍ୟାଗୀ ଓ ଅନ୍ୟ ୩ ଜଣ ଅପରାହ୍ନରେ ଆନେ୍ଧରୀର  ବେଲିଭ୍ୟୁ ମଲ୍ଟିସ୍ପେଶାଲିଟି ହସ୍ପିଟାଲକୁ ନେଇଥିଲେ । କିନ୍ତୁ  ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁର  କାରଣ ଜଣାପଡିନାହିଁ । ପରିବାର ପକ୍ଷରୁ ମଧ୍ୟ ସ୍ପଷ୍ଟ ଭାବେ  କୌଣସି ସୂଚନା ଦିଆଯାଇନାହିଁ । 

ହୃଦ୍‌ଘାତରେ ତାଙ୍କର ମୃତ୍ୟୁ  ହୋଇଥିବା ଅନୁମାନ କରାଯାଉଛି । ମୃତଦେହକୁ ବ୍ୟବଚ୍ଛେଦ  ନିମନ୍ତେ କୁପର ହସ୍ପିଟାଲକୁ ପଠାଯାଇଛି । ୨୦୦୨ରେ ମ୍ୟୁଜିକ  ଭିଡିଓ କାଣ୍ଟା ଲଗା ଗୀତ ପାଇଁ ସେ ରାତାରାତି ଷ୍ଟାର ପାଲଟି  ଯାଇଥିଲେ । କାଣ୍ଟା ଲଗା ଗାର୍ଲ ଭାବେ ସେ ଘରେ ଘରେ ପରିଚିତ  ହୋଇଥିଲେ । 

ପରବର୍ତ୍ତୀ ସମୟରେ ସେ କେତେକ ଟେଲିଭିଜନ  ସିରିଏଲ ଏବଂ ବିଗ୍‌ ବସ୍‌ ଓ ନାଚ୍‌ ବଲିୟେ ସମେତ କେତେକ  ରିୟଲିଟି ଶୋରେ ଭାଗ ନେଇଥିଲେ । ସେ ଶାରୀରିକ ଓ  ମାନସିକ ଭାବେ ବେଶ୍‌ ସୁସ୍ଥ ଥିଲେ । ମାନସିକ ସ୍ୱାସ୍ଥ୍ୟ ଓ ମହିଳା  ସଶକ୍ତିକରଣର କ୍ଷେତ୍ରରେ ସେ ସଚେତନତା ସୃଷ୍ଟି କରିଥିଲେ ।  

ତେବେ ହଠାତ ତାଙ୍କ ବିୟୋଗକୁ ପ୍ରଶଂସକ ଓ ସମର୍ଥକମାନେ  ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଯାହାକୁ ନେଇ ସୋସିଆଲ  ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ  ଯେ ୨୦୦୪ରେ ସେ ହର୍ମିତ ସିଂହଙ୍କୁ ବିବାହ କରିଥିଲେ ।  ଉଭୟଙ୍କ ସମ୍ପର୍କ ୨୦୦୯ ପର୍ଯ୍ୟନ୍ତ ତିଷ୍ଠିଥିଲା । ୨୦୧୫ରେ  ଶେଫାଳି ପରାଗ ତ୍ୟାଗିଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.