ମୁମ୍ୱାଇ ୨୮/୬: ୪୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି କାଣ୍ଟା ଲଗା ଗାର୍ଲ । କାର୍ଡିଆକ ଆରେଷ୍ଟରେ ତାଙ୍କର ଦେହାନ୍ତ ହୋଇଛନ୍ତି । ଅଭିନେତ୍ରୀ ନିଧନ ଖବର ଶୁଣି ସମସ୍ତେ ତାଜୁବ୍ । ଶେଫାଳୀ ସେହି ଅଭିନେତ୍ରୀଙ୍କ ମଧ୍ୟରେ ଥିଲେ ଯିଏ ବିନ୍ଦାସ ହୋଇ ନିଜ ଲାଇଫ୍ ବଞ୍ଚୁଥିଲେ ।
ଆଜିଠୁ ୧୦ ମାସ ତଳେ ସିଏ ବିଗ୍ ବସ୍ ୧୩ ଫେମ୍ ପାରସଙ୍କୁ ଛାବଡ଼ାଙ୍କ ପୋଡ଼କାଷ୍ଟରେ ହୃଦୟ ଖୋଲି କିଛି ବଖାଣିଥିଲେ । କଥାବାର୍ତ୍ତା ବେଳେ ସେ କହିଥିଲେ କି, କାଣ୍ଟା ଲଗା ଗାର୍ଲ ଗୀତରୁ ତାଙ୍କୁ ଅନନ୍ୟ ପରିଚୟ ମିଳିଥିଲା । ସେ ଏଥିପାଇଁ ତାଙ୍କ ଫ୍ୟାନ୍ସଙ୍କ ନିକଟରେ ଋଣୀ ରହିଛନ୍ତି । ସେ କହିଥିଲେ ମୁଁ ଗର୍ବ ଲାଗୁଛି କି ଲୋକେ ମୋତେ କାଣ୍ଟା ଲଗା ଗାର୍ଲ ଭାବେ ଜାଣିଛନ୍ତି ।
ମୋତେ ଆହୁରି ଲାଗେ ଯେବେ ମୁଁ ମରିବି ତେବେ ମୋ ପଛରେ ଲୋକେ ସେହି ଟ୍ୟାଗ ଲଗାନ୍ତୁ । ମୋ ଶେଷ ସମୟ ପର୍ଯ୍ୟନ୍ତ ମୋତେ ଲୋକେ ସେହି ଆଖ୍ୟା ଦିଅନ୍ତୁ । ମୋତେ ଆହୁରି ଗର୍ବ ଲାଗେ କି, କାଣ୍ଟା ଲଗା ଗାର୍ଲ କଲି, ଯାହା ମୋତେ ଫେମସ କଲା । ସେ ଗୀତ ପ୍ରଥମ ଏମିତି ରିମିକ୍ସ ଗୀତ ଥିଲା କି, ଯିଏକି ବ୍ଲକବଷ୍ଟର ହିଟ୍ ହୋଇଥିଲା । ଏହି ଗୀତ ମ୍ୟୁଜିକ ଇଣ୍ଡଷ୍ଟ୍ରି ଗୋଟିଏ ନୂଆ ଯୁଗର ଆରମ୍ଭ କରିଥିଲା । ଶେଫାଳୀଙ୍କ ନିଧନ ପରେ ତାଙ୍କ ଶେଷ ଇଚ୍ଛାକୁ ନେଇ ଚର୍ଚ୍ଚା ହେଉଛି ।