ଭୁବନେଶ୍ବର: ପାରମ୍ପରିକ ପୋଷାକ ପ୍ରସ୍ତୁତ ପାଇଁ ପ୍ରସିଦ୍ଧ ଭାରତର ପ୍ରମୁଖ ବ୍ରାଣ୍ଡ୍ ରାମରାଜ କଟନ, ଏହାର ନୂଆ ପ୍ରିମିୟମ୍ ଟାୱେଲ୍ ରେଞ୍ଜ ମ୍ରୀଥୁ ଟାଓ୍ବେଲ୍ସ ପାଇଁ ଅଭିନେତ୍ରୀ ମୀନାକ୍ଷୀ ଚୌଧୁରୀଙ୍କୁ ବ୍ରାଣ୍ଡ ଆମ୍ବାସଡର କରିଛି। ପ୍ରିମିୟମ୍ ହୋମ୍ ଟେକ୍ସଟାଇଲ୍ ସେଗମେଣ୍ଟରେ ଏଣ୍ଟ୍ରି ସହ ମ୍ରୀଥୁ ଟାଓ୍ବେଲ ଚାରିଟି ବର୍ଗରେ ଟାଓ୍ବେଲ ଲଞ୍ଚ କରିଛି।
ମ୍ରୀଥୁ ଟାୱେଲ୍ସ କଲେକ୍ସନରେ ରହିଛି ଇଟାଲୀୟ ଏବଂ ଜର୍ମାନ ସୌନ୍ଦର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ସିଗନେଚର ଷ୍ଟାଇଲ। ବାମ୍ବୁ ପଲ୍ପ, ପ୍ଲସ୍ ଟେରି ଟାୱେଲ୍ସ ରେଞ୍ଜ ଏବଂ ଷ୍ଟ୍ରାଇପ୍ଡ ଆଣ୍ଡ୍ ଚେକ୍ଡ ଟାୱେଲ୍ସ ଭଳି ଚାରିଟି ବର୍ଗରେ ଲଞ୍ଚ ହୋଇଛି।
ରାମରାଜ କଟନର ପରିଚାଳନା ନିର୍ଦ୍ଦେଶକ ଅରୁଣ ଈଶ୍ୱର କହିଛନ୍ତି, “ମ୍ରୀଥୁ ଟାୱେଲ୍ସର ଶୁଭାରମ୍ଭ ଆମ ଗ୍ରାହକମାନଙ୍କ ପାଇଁ ଅସାଧାରଣ ଗୁଣବତ୍ତା, ଅଭିନବ ଡିଜାଇନ୍ ଏବଂ ସ୍ଥାୟୀ ବିକଳ୍ପ ପ୍ରଦାନ କରିବା ପାଇଁ ରାମରାଜ କଟନର ସମର୍ପଣର ଉଦାହରଣ। ଏହା ସବୁ ବର୍ଗଙ୍କ ଧ୍ୟାନକୁ ରଖି ପ୍ରସ୍ତୁତ କରାଯାଇଛି।
ସେହିଭଳି ମୀନାକ୍ଷୀ ଚୌଧୁରୀ ମ୍ରୀଥୁ ଟାଓ୍ବେଲର ବ୍ରାଣ୍ଡ୍ ଆମ୍ବାସାଡର ହେବାକୁ ନେଇ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ବ୍ରାଣ୍ଡ୍ ଭାରତର ସମୃଦ୍ଧ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ନିରନ୍ତର ଭାବରେ ବଜାୟ ରଖିଛି। ଏହି ବ୍ରାଣ୍ଡ କେବଳ ଅସାଧାରଣ ଉତ୍ପାଦ ଉତ୍ପାଦନ କରୁଛି ତାହା ନୁହେଁ ବରଂ ଭାରତୀୟ କାରିଗରୀ ଏବଂ ନବସୃଜନର ସାରକୁ ମଧ୍ୟ ପାଳନ କରୁଛି।"