Vivo T4 5G ବନାମ Oppo K13 5G: ମିଡ୍‌ ବଜେଟ୍ ସେଗ୍‌ମେଣ୍ଟର ଜବରଦସ୍ତ ଫୋନ୍,ବ୍ୟାଟେରୀ ସବୁଠୁ ବଡ଼

Published By : Prameya-News7 Bureau | April 23, 2025 IST

indiatoday

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଲଗାତର ଦିନ ମିଡ ବଜେଟ ସେଗ୍‌ମେଣ୍ଟରେ ଦୁଇଟି ଜବରଦସ୍ତ ସ୍ମାର୍ଟ୍‌ଫୋନ୍ ଲଞ୍ଚ ହୋଇଛି। ଏହି ଦୁଇ ସ୍ମାର୍ଟ୍‌ଫୋନ୍‌ର ଖାସ୍ କଥା ହେଉଛି ଏହାର ବ୍ୟାଟେରୀ ପାୱାର ଦମଦାମର ଚିପ୍‌ସେଟ୍। ଲଞ୍ଚ ହୋଇଥିବା ଭିଭୋ T4 ସ୍ମାର୍ଟଫୋନ୍ ୭୩୦୦ mAhର ବ୍ୟାଟେରୀ ପାୱାର ଦିଆଯାଇଥିବା ବେଳେ ଓପୋ K13 5Gରେ ୭୦୦୦ mAhର ବ୍ୟାଟେରୀ ଦିଆଯାଇଛି। ଏହି ଦୁଇ ସ୍ମାର୍ଟଫୋନ୍‌ ଆଉ କଣ ସବୁ ଖାସ୍ ଫିଚର୍ସ ରହିଛି ଆସନ୍ତୁ ଜାଣିବା


ଏପ୍ରିଲ ୨୨ ତାରିଖରେ ଭାରତରେ ଲଞ୍ଚ ହୋଇଛି ଭିଭୋର ସବୁଠୁ ସ୍ଲିମ୍ ସ୍ମାର୍ଟଫୋନ୍ ଭିଭୋ T4 । ଫୋନର ଥିକ୍‌ନେସ ୭.୮୯mm ରହିଛି। ଏତେ ପତଳା ସତ୍ତ୍ୱେ ବି ଫୋନ୍‌ରେ ୭୩୦୦ mAhର ବ୍ୟାଟେରୀ ଦିଆଯାଇଛି, ଯାହା ୯୦Wର ଫାଷ୍ଟ ଚାର୍ଜିଂ ସପୋର୍ଟ କରୁଛି। ଏହା କୌଣସି ଆଣ୍ଡ୍ରଏଡ୍ ଫୋନ ଠାରୁ ସବୁଠୁ ଅଧିକ। 

ପଢନ୍ତୁ- ଓଡ଼ିଶାରେ ଜିଓ ଏୟାରଫାଇବରର ଧୁମ୍, ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ: ଟ୍ରାଇ


ସେହିଭଳି ଫୋନର ଅନ୍ୟାନ୍ୟ ଫିଚର୍ସ ମଧ୍ୟରେ ରହିଛି ୧୨୦ ହର୍ଟଜ ରିଫ୍ରେସ ରେଟ୍ ସହ ୬.୭୭ ଇଞ୍ଚର ଆମୋଲେଡ୍ ଡିସପ୍ଲେ,   ୫୦+୨ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୩୨ ମେଗା ପିକ୍ସେଲର ସେଲଫି କ୍ୟାମେରା। ସ୍ମାର୍ଟଫୋନ୍‌ରେ ଶକ୍ତିଶାଳୀ ସ୍ନାପଡ୍ରାଗନ 7s Gen 3 ପ୍ରୋସେସର ଦିଆଯାଇଥିବା ବେଳେ ଦୁଇଟି କଲର ଅପ୍ସନରେ ଲଞ୍ଚ ହୋଇଛି। ଫୋନ୍‌ 6GB+128GB, 8GB+128GB ଏବଂ 8GB+256GB ଭାରିଆଣ୍ଟରେ ଲଞ୍ଚ କରାଯାଇଛି। ବେସ୍ ଭାରିଆଣ୍ଟର ଦାମ ୨୧ ହଜାର ୯୯୯ ଟଙ୍କାରୁ ଆରମ୍ଭ।

ସେହିଭଳି ସୋମବାର ଲଞ୍ଚ ହୋଇଥିବା Oppo K13 5G ସ୍ମାର୍ଟ୍‌ ଫୋନ୍‌ରେ ବି ରହିଛି 7000 mAhର ବଡ଼ ବ୍ୟାଟେରୀ। ଯାହା ୮୦Wର ଫାଷ୍ଟ ଚାର୍ଜିଂ ସପୋର୍ଟ କରିବ। ୧୨୦ ହର୍ଟଜ୍‌ର ରିଫ୍ରେସ ରେଟ୍ ସହ ୬.୭୦ ଇଞ୍ଚର ଫୁଲ୍ ଏଚଡି ଆମୋଲେଡ ଡିସପ୍ଲେ, ୫୦+୨ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୧୬ ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି। ଫୋନ୍ ସ୍ନାପଡ୍ରାଗନ ୬ ଜେନ୍ ୪ ପ୍ରୋସେସରେ ଚାଲିବ। କମ୍ପାନି ଏହି ଫୋନ୍‌କୁ ପ୍ରିଜମ ବ୍ଲାକ ଏବଂ ଆଇସି ପରପଲ୍ କଲର ଅପ୍ସନ ସହ ୮ ଜିବି ରାମ ଏବଂ ୧୨୮+୨୫୬ ଜିବି ଷ୍ଟୋରେଜରେ ଲଞ୍ଚ କରିଛି। ଫୋନର ଦାମ ୧୭, ୯୯୯ ଟଙ୍କାରୁ ଆରମ୍ଭ ହେଉଛି।

ପଢନ୍ତୁ- ବିଶ୍ୱର ପ୍ରଥମ ୧୦ଜି ବ୍ରଡ୍‌ବ୍ୟାଣ୍ଡ ନେଟୱର୍କ ଲଞ୍ଚ୍‌ କଲା ଚୀନ: ଭାରତ ଠାରୁ ୧୦୦ ଗୁଣ ଅଧିକ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.