ଧର୍ମା ପ୍ରଡକ୍ସନରେ ୫୦% ଶେୟାର କିଣିବେ ଅଦାର ପୁନାଓ୍ବାଲା, ୧ ହଜାର କୋଟି ଟଙ୍କାରେ ହେବ ଡିଲ୍

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଏବଂ ଧର୍ମାଟିକ ଏଣ୍ଟରଟେନମେଣ୍ଟରେ ୫୦ ପ୍ରତିଶତ କିଣିବ ଅଦାର ପୁନାଓ୍ବାଲାଙ୍କ ସେରେନ ପ୍ରୋଡକସନ (Seren Entertainment) । ଏହି ଡିଲ୍ ୧ ହଜାର କୋଟି ଟଙ୍କାରେ ହେବ। ସୋମବାର କମ୍ପାନି ଏନେଇ ସୂଚନା ଦେଇଛି।

ଏହି ଡିଲ୍‌ ପରେ ଧର୍ମା ପ୍ରଡକ୍ସନରେ କରନ ଜୋହରଙ୍କ ଶେୟାର ୫୦ % ରହିବ। ଏବେ ଜୋହରଙ୍କ ନିକଟରେ ଧର୍ମା ପ୍ରଡକ୍ସନର ୯୦.୭% ଏବଂ ତାଙ୍କ ମାଆ ହୀରୁଙ୍କ ନିକଟରେ ୯.୨୪% ଶେୟାର ରହିଛି। ଡିଲ୍‌ ପରେ ମଧ୍ୟ କରନ ଜୋହର କମ୍ପାନିର ଏକ୍ସିକ୍ୟୁଟିଭ ଚେୟାରମ୍ୟାନ ଏବଂ ଅପୂର୍ବ ମେହତା ମଧ୍ୟ ସିଇଓ ରହିବେ।

ତେବେ ଏହି ଅଧିଗ୍ରହଣର ଉଦ୍ଦେଶ୍ୟ ଦେଶରେ ଦ୍ରୁତ ଭାବରେ ବୃଦ୍ଧି ପାଉଥିବା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଆଧୁନିକ ଜ୍ଞାନକୌଶଳ ଏବଂ ପ୍ରଡକ୍ସନ ବ୍ୟବହାର କରି ନୂଆ କଣ୍ଟେଣ୍ଟ ପ୍ରସ୍ତୁତ କରିବା । ପୁନାଓ୍ବାଲାଙ୍କ ନିବେଶ ଧର୍ମା ପ୍ରଡକ୍ସକୁ ଆର୍ଥିକ ଭାବରେ ମଜଭୁତ କରିବ।

ଏହି ପାର୍ଟନରସିପ୍‌କୁ ନେଇ କରନ ଜୋହର କହିଛନ୍ତି ‘ଧର୍ମା ସବୁବେଳେ ଦର୍ଶକଙ୍କ ହୃଦୟ ଜିତିବା ଭଳି ଷ୍ଟୋରୀ ପାଇଁ ପରିଚିତ। ଜଣେ ଘନିଷ୍ଠ ବନ୍ଧୁ ଏବଂ ଦୂରଦର୍ଶୀ ଅଦାରଙ୍କ ସହ ଆମେ ଧର୍ମାକୁ ନୂଆ ଉଚ୍ଚତାକୁ ନେବାକୁ ପ୍ରସ୍ତୁତ।’ ସେହିଭଳି ଅଦାର ପୁନାଓ୍ବାଲା ଏହି ପାର୍ଟନରସିପ୍‌କୁ ନେଇ ଖୁସି ପ୍ରକାଶ କରିବା ସହ। ଆଗାମୀ ବର୍ଷରେ ନୂଆ ଉଚ୍ଚତାଛୁଇଁବୁ।’’

ସୂଚନାଥାଉକି, ପୁନାଓ୍ବାଲାଙ୍କ ବିଭିନ୍ନ ବ୍ୟବସାୟରେ ରହିଛନ୍ତି। ତାଙ୍କର ବ୍ୟବସାୟ ମନୋରଞ୍ଜନ ବ୍ୟତୀତ ଫାଇନାନ୍ସ ସର୍ଭିସ, ରିୟଲ ଇଷ୍ଟେଟ ଏବଂ ହସ୍ପିଟାଲିଟି ଭଳି କ୍ଷେତ୍ରରେ ମଧ୍ୟ ରହିଛନ୍ତି। ଆଦାର ପୁନାଓ୍ବାଲା କୋଭିଡ ଭାକ୍ସିନ ପ୍ରସ୍ତୁତ କରୁଥିବା ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ।

ସେହିଭଳି ଧର୍ମା ପ୍ରଡକ୍ସନକୁ ୧୯୭୬ରେ ୟଶ ଜୋହର ସ୍ଥାପନ କରିଥିଲେ। କରଣ ଜୋହରଙ୍କ ନେତୃତ୍ବରେ ଏହା ବଲିଉଡରେ ଏକ ପାଓ୍ବାରହାଉସ ହୋଇଛି। ଏହି ପ୍ରଡକ୍ସନ ହାଉସ ‘କଭି ଖୁସି କଭି ଗମ୍’, ‘ୟେ ଜଓ୍ବାନୀ ହେ ଦିଓ୍ବାନୀ’ ଏବଂ ‘ଟୁ ଷ୍ଟେଟ’ ଭଳି ବ୍ଲକବଷ୍ଟର ଫିଲ୍ମ ସହ ୫୦ରୁ ଅଧିକ ଫିଲ୍ମ ନିର୍ମାଣ କରିଛନ୍ତି। ୨୦୧୮ରେ ପ୍ରଡକ୍ସନ ହାଉସ ଧର୍ମାଟି ଏଣ୍ଟରଟେନମେଣ୍ଟ ସହ ଡିଜିଟାଲ କଣ୍ଟେଣ୍ଟ କ୍ଷେତ୍ରରେ ଏଣ୍ଟ୍ରି କରିଥିଲା। ଆଉ ନେଟଫ୍ଲିକ୍ସ, ଆମାଜନ ଭଳି ପ୍ଲାଟଫର୍ମଙ୍କ ପାଇଁ ଶୋ’ ପ୍ରସ୍ତୁତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.