ଭୁବନେଶ୍ୱର ୮।୧୧: ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ଅଗ୍ରୀମ ଟଙ୍କା ମିଳିବ । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି କରାଯାଇଛି । ନୂଆ ଜମି କିଣିବା ଲାଗି ମଧ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ଦିଆଯିବ । ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅର୍ଥ ପ୍ରଦାନ କରାଯିବ ।
ଏସବୁ ପାଇଁ ଆବେଦନକାରୀ ମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ତେବେ ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଆବେଦନକାରୀ ମାନେ ଜମିର ତଥ୍ୟ ପ୍ରଦାନ କରିବେ । ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ଦାଖଲ କରିବେ । ସେହିପରି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ପାଇଁ କୋଠାବାଡ଼ି ନିର୍ମାଣ ବିଭାଗ କିମ୍ବା ବିଡିଏ, ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ୱାରା ଆକଳନ ତଥ୍ୟ ଦାଖଲ କରିବେ । ଏଥିସହ ହାଉସ୍ ପ୍ଲାନ୍ ମଧ୍ୟ ଦାଖଲ କରିବେ ଆବେଦନକାରୀ ।
You Can Read:
ଗଛରେ ପିଟିହୋଇ ଓଲଟିଲା ଯାତ୍ରୀବାହୀ ବସ୍ : ଡ୍ରାଇଭର ମୃତ, ୧୫ ଆହତ