ବସର ରଙ୍ଗ ବଦଳିବା ପରେ ଏବେ ବଦଳିବ ସ୍କୁଲ ପିଲାଙ୍କ ଡ୍ରୋସ କୋଡ୍ !

Published By : Prameya-News7 Bureau | July 02, 2024 IST

ଭୁବନେଶ୍ଵର: ବସର ରଙ୍ଗ ବଦଳିବା ପରେ ଏବେ ସ୍କୁଲ ପିଲାଙ୍କ ସ୍କୁଲ ଡ୍ରେସ କୋଡ ବଦଳାଇବା ପାଇଁ ଯୋଜନା କରୁଛନ୍ତି ନୂଆ ସରକାର । ଚଳିତବର୍ଷ ଶିକ୍ଷା ବର୍ଷ ଆରମ୍ଭ ହୋଇସାରିଥିବା ବେଳେ ଏ ପର୍ଯନ୍ତ ପିଲାଙ୍କୁ ପୋଷାକ ବଣ୍ଟନ ହୋଇପାରିନି । ଯାହାକୁ ନେଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।ଏପରିକି ପିଲାମାନେ ସ୍କୁଲକୁ ଚିରା ଫଟା କପଡା ଓ  ଯୋତା ପିନ୍ଧି ସ୍କୁଲ ଆସୁଛନ୍ତି।  କେବଳ ଡ୍ରେସ ନୁହେଁ ପିଲିଙ୍କୁ ଜୋତା ମୋଜା, ଟ୍ରାକ ପ୍ୟାଣ୍ଟ, ଟୋପି, ଆଇକାର୍ଡ ମଧ୍ୟ ମିଳିନାହିଁ।  ସେପଟେ ରାଜ୍ୟରେ ବନ୍ଦ ହୋଇଥିବା ସ୍କୁଲ ପୁଣି ଖୋଲିବା ପାଇଁ ଯୋଜନା କରୁଛନ୍ତି ସରକାର  ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି। 

Also read: ମାଷ୍ଟରକ୍ୟାଣ୍ଟିନ ଛକରେ ଲଙ୍କାକାଣ୍ଡ, ପୋଲିସ ଉପସ୍ଥିତିରେ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ

ଚଳିତବର୍ଷ ଶିକ୍ଷା ବର୍ଷ ଆରମ୍ଭ ହୋଇସାରିଥିବା ବେଳେ ଏ ପର୍ଯନ୍ତ ପିଲାଙ୍କୁ ପୋଷାକ ବଣ୍ଟନ ହୋଇପାରିନି । ଯାହାକୁ ନେଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।ଏପରିକି ପିଲାମାନେ ସ୍କୁଲକୁ ଚିରା ଫଟା କପଡା ଓ   ଯୋତା ପିନ୍ଧି ସ୍କୁଲ ଆସୁଛନ୍ତି ।  କେବଳ ଡ୍ରେସ ନୁହେଁ ପିଲାଙ୍କୁ ଜୋତା ମୋଜା,ଟ୍ରାକ ପ୍ୟାଣ୍ଟ,ଟୋପି, ଆଇକାର୍ଡ ମଧ୍ୟ ମିଳିନାହିଁ। ଖୋଦ ରାଜଧାନୀ ଭୁବନେଶ୍ବରରେ ଏମିତି  ଚିତ୍ର ଦେଖିବାକୁ ମିଳିଛି। 

ୟୁନିଟ  ୨ ହାଇସ୍କୁଲର   କିଛି  ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବାରି ହୋଇ ପଡୁଛି। ୨୦୨୪-୨୫ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହେଲାଣି। ଏଯାଏଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜୋତା, ମୋଜା, ପୋଷାକ ମିଳିପାରି ନାହିଁ। ଛାତ୍ରଛାତ୍ରୀ ବିନାୟୁନିଫର୍ମରେ ସ୍କୁଲ ଯାଉଛନ୍ତି। କ୍ଲାସରେ ବସୁଛନ୍ତି। କିଛିଛାତ୍ରଛାତ୍ରୀ ପୁରୁଣା ବର୍ଷର ଚିରା ଫଟା ୟୁନିଫର୍ମ ଓ  ଆଉ କିଏ ଫଟା ଯୋତା ତ ଆଇ କିଏ ସ୍ଲିପର ପିନ୍ଦି ଆସୁଥିବା ଦେଖିବାକୁ ମିଳିଛି:। ଜୁନ୍ ୨୦ସୁଦ୍ଧା ସାରିବା ସହ ଜୁଲାଇ ୨୫ ସୁଦ୍ଧାପ୍ରତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ବଣ୍ଟନସମ୍ପର୍କିତ ୟୁଟିଲାଇଜେସନ ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦେଶ ରହିଛି। 

ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍, ବିଶିଷ୍ଟବ୍ୟକ୍ତି, ସମାଜସେବୀ, ସ୍ଵାଧୀନତାସଂଗ୍ରାମୀଙ୍କ ଉପସ୍ଥିତିରେ ବଣ୍ଟନପ୍ରକ୍ରିୟା ଶେଷ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦେଶଦେଇଥିଲେ। ଜୁନ୍ ମାସ ଶେଷ ହେବାକୁ ବସିଥିବା ବେଳେ ପିଲାଙ୍କ ନିକଟରେ ଜୋତା ମୋଜା କିମ୍ବା ଟି-ସାର୍ଟ ପହଞ୍ଚିପାରି ନାହିଁ। ଯାହାକୁ  ନେଇ ଅସନ୍ତୋଷ ଜାହିର କରିଛନ୍ତି ଛାତ୍ର ଛାତ୍ରୀ  ଅଭିଭାବକ। ଯୁଦ୍ଧକାଳୀନ ଭିତ୍ତିରେ ଏସବୁ ସାମଗ୍ରୀ ସ୍କୁଲ ପିଲାଙ୍କୁ ଯୋଗାଇବା  ସହ ତାଙ୍କ ମନୋବଳ ଦୃଢ କରୁନ୍ତୁ ବୋଲ ଦାବି କରିଛନ୍ତି ଶିକ୍ଷା ବିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.