ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ

Published By : Prameya-News7 Bureau | July 05, 2024 IST

ଭୁବନେଶ୍ୱର ୦୫/୦୭: ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ୬ ମାସ ଧରି ସେ ରୋଗରେ ପୀଡିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ସମସ୍ତ ପରିବାର ସ୍ୱଜନ ଉପସ୍ଥିତ ଥିଲେ ।  

ସୂଚନା ଥାଉକି, ଦୀର୍ଘ ୬ ମାସ ଧରି ସେ ରୋଗରେ ପୀଡିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୧୯୪୨ ମସିହା ଜାନୁଆରୀ ୫ ତାରିଖରେ ତାଙ୍କର ଜନ୍ମ । ୨୭ ବର୍ଷରୁ ଅଧିକ ସମୟ ଧରି ସେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି । ସେ ଆୟକର ଷ୍ଟାଣ୍ଡିଂ କାଉନ୍ସିଲସିଂ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୯୯ ମସିହାରୁ ୨୦୦୪ ଯାଏଁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.