ଭଦ୍ରକ ବାଇପାସ୍‌ ସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା, ରଥ ଭିଡ଼ିଲେ ଶତାଧିକ ଭକ୍ତ

Published By : Prameya-News7 Bureau | July 07, 2024 IST

ଭଦ୍ରକ: ସହରର ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ପାଳିତ ହୋଇଛି। ଓଡ଼ିଶା ଜଳ ସମ୍ପଦ ବିଭାଗ ଅଧୀନ ସାଳନ୍ଦୀ କେନାଲ ଡିଭିଜନ ଦ୍ୱାରା ପ୍ରତିଷ୍ଠିତ ଏହି ଜଗନ୍ନାଥ ମନ୍ଦିରରେ ୧୯୮୫ ମସିହା ଠାରୁ ରଥଯାତ୍ରା ପାଳିତ ହେଉଛି । 

ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ମହା ସମାରୋହରେ ରଥଯାତ୍ରା ପାଳିତ ହୋଇଛି। ଏହି ଅବସରରେ ସାଳନ୍ଦୀ କେନାଲ ଡିଭିଜନର ଯନ୍ତ୍ରୀ ଦୂର୍ଗା ପ୍ରସନ୍ନ ତ୍ରିପାଠୀ ବିଧି ଅନୁଯାୟୀ ଛେରାପହଁରା କରିଥିଲେ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇସ୍କନ ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.