ଘଟଗାଁ ମା’ ତାରିଣୀ ମନ୍ଦିର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୮ଟି ଭୋଗ ଦୋକାନ

Published By : Prameya-News7 Bureau | October 05, 2024 IST

ଘଟଗାଁ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀ ମନ୍ଦିର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ। ମନ୍ଦିର ନିକଟରେ ଥିବା ପ୍ରାୟ ୮ ଦୋକାନ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ୮ଟି ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ  ସାଢ଼େ ୯ଟା ସମୟରେ ତାରିଣୀ ମନ୍ଦିର ୩ନମ୍ବର ଗେଟ ନିକଟରେ ଥିବା ଭୋଗ ଦୋକାନ ଗୁଡ଼ିକରେ ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁରେ ୮ଟି ଯାକ ଭୋଗ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.