କଟକ ନିର୍ବାଚନ ମଣ୍ଡଳୀର ୫୨ ନମ୍ବର ଓ୍ବାର୍ଡରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Published By : Prameya-News7 Bureau | October 05, 2024 IST

ଚୌଦ୍ବାର: କଟକ ନିର୍ବାଚନ ମଣ୍ଡଳୀର ୫୨ ନମ୍ବର ୱାର୍ଡରେ ବିଜେଡିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଜେଡି ରାଜ୍ୟ ଉପ ସଭାପତି ଦେବୀ ମିଶ୍ର ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ, ନିର୍ବାଚନ ମଣ୍ଡଳୀର ବିଜେଡି କର୍ପୋରେଟର ଓ ଶତାଧିକ କର୍ମୀମାନେ ସାମିଲ ହୋଇଥିଲେ । 

ମଧୁପାଟଣା ସମ୍ରାଟ୍ ହଲ୍ ସମ୍ମୁଖରୁ ଏହି ପଦଯାତ୍ରା ବାହାରିବା ସହ କଲ୍ୟାଣ ନଗର ଓ ରାଜେନ୍ଦ୍ର ନଗର ଆଦି ଅଞ୍ଚଳରେ ପରିକ୍ରମା କରିଥିଲେ କର୍ମୀ ଓ ନେତାମାନେ।  ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ପ୍ରତ୍ୟେକ ଲୋକଙ୍କ ନିକଟରେ ବିଜୁ ଜନତା ଦଳର ବାର୍ତ୍ତା ପହଞ୍ଚାଇବା ଲକ୍ଷ ରଖାଯାଇଛି। ସେହିଭଳି ବିଜେଡି ଖାଲି ହୋଇଯିବବୋଲି ବିଜେପି ଯାହା କହୁଛି ତାହା କେବଳ ଦିବା ସ୍ବପ୍ନ। ରଙ୍ଗ ଓ ନାମକରଣ ରାଜନୀତି ନକରି ବିଜେପି ବିକାଶ କରି ପରିବର୍ତ୍ତନ ଆଣୁ। ଆମେ ସଚେତନ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛୁ ବୋଲି ରାଜ୍ୟ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.