ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଅଘଟଣ : ରଥଟଣା ବେଳେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 07, 2024 IST

ପୁରୀ ୭।୭: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଅଘଟଣ । ପୁରୀ ବଡ଼ଦାଣ୍ଡରେ ରଥଟଣା ବେଳେ ପ୍ରଭୁ ବଳଭଦ୍ରଙ୍କ ରଥ ନିକଟରେ ଅଚେତ ହୋଇପଡ଼ିଲେ ଜଣେ ଭକ୍ତ । ଉକ୍ତ ଭକ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ରଥଯାତ୍ରା ସମୟରେ ୧୦୦ରୁ ଅଧିକ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଛନ୍ତି । ମୁଖ୍ୟତଃ ଗରମ ଓ ଗୁଳୁଗୁଳି କାରଣରୁ ଏହି ଭକ୍ତମାନେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଥିବାବେଳେ ଜଣେ ଭକ୍ତ ଅଚେତ ହୋଇପଡ଼ିଥିଲେ । ସେହିଭଳି ବଳଭଦ୍ରଙ୍କ ରଥ ନିକଟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କର ଗୋଡ଼ ଭାଙ୍ଗିଯାଇଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବଶ୍ୟ ପ୍ରାଥମିକ ଚିକିତ୍ସା ପରେ ଅନେକଙ୍କୁ ଛାଡ଼ି ଦିଆଯାଇଛି। 

ସେପଟେ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଲୋକଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏହା ସହ ଆହତ ମାନଙ୍କୁ ବିନା ମୂଲ୍ୟରେ  ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

You Can Read:

କେନ୍ଦୁଝର ବଡଦାଣ୍ଡରେ ଗଡି଼ଲା ବିଶ୍ବର ସର୍ବ ବୃହତ ନନ୍ଦିଘୋଷ ରଥ

  • odisha
  • OdishaNews
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.