ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଗୁପ୍ତ ଗୁଣ୍ଡିଚା ନୀତି, ନାରାୟଣୀ ମନ୍ଦିରକୁ ବିଜେ କଲେ ଦୁର୍ଗାମାଧବ

Published By : Prameya-News7 Bureau | October 02, 2024 IST

ପୁରୀ ୨।୧୦: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଗୁପ୍ତ ଗୁଣ୍ଡିଚା ନୀତି । ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କଲେ ଦୁର୍ଗାମାଧବ । ରଥଯାତ୍ରା ସମୟରେ ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ସାଙ୍ଗରେ ନେଇନଥିଲେ । ଦୁର୍ଗାପୂଜାର ଶେଷ ୮ ଦିନ ଧରି ଅନୁଷ୍ଠିତ ହେବ ଗୁପ୍ତ ଗୁଣ୍ଡିଚା ।

ଶାରଦୀୟ ଦୁର୍ଗା ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ବୁଧବାର ଠାରୁ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା ନୀତି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତ ଗୁଣ୍ଡିଚାରେ ମା’ ମହାଲକ୍ଷ୍ମୀ ସ୍ଵରୁପା ମା’ ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ପବିତ୍ର ରଥଯାତ୍ରା ସମୟରେ ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ଘୋଷଯାତ୍ରାରେ ନେଇ ନଥିବାରୁ ନୀଳାଦ୍ରି ବିଜେ ସମୟରେ ଅଭିମାନିନୀ ମା’ ଲକ୍ଷ୍ମୀଙ୍କୁ ଗୁପ୍ତ ଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ । 

ତେବେ ସେହି ପ୍ରତିଶୃତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ଗବେଷକ ମତ ଦେଇଛନ୍ତି । ଶ୍ରୀମନ୍ଦିରରୁ ଦୁର୍ଗା ମାଧବ ଏହି ମନ୍ଦିରକୁ ଷୋଳପୂଜା ସମୟରେ ଶେଷ ୮ ଦିନ ଏକ ରଥାକୃତି ବିମାନରେ ଆସିବା ସହ ମାଣ୍ଡୁଅ ଭୋଗ ଖାଇଥାନ୍ତି । ଶ୍ରୀମନ୍ଦିରରେ ଚନ୍ଦନଲାଗି ବଢିବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହା ଗୁପ୍ତ ଗୁଣ୍ଡିଚା ଭାବେ ପ୍ରସିଦ୍ଧି ଲାଭ କରିଥିବାରୁ ଏହି ୮ ଦିନ ମହାପ୍ରଭୁ ରଥାକୃତି ବିମାନରେ ଶ୍ରୀମନ୍ଦିରରୁ ଆସିଥିବା ବେଳେ ସନ୍ଧ୍ୟାଧୂପ ପରେ ଏକ ପାଲିଙ୍କିରେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥାନ୍ତି ।

You Can Read:

ଗଞ୍ଜେଇ ବେପାରୀଙ୍କ ମୃତଦେହ ଉଦ୍ଧାର ପରେ କାର୍ଯ୍ୟାନୁଷ୍ଠାନ : ୨ ପୋଲିସ ନିଲମ୍ବିତ, ୩ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.