ଗଞ୍ଜେଇ ବେପାରୀଙ୍କ ମୃତଦେହ ଉଦ୍ଧାର ପରେ କାର୍ଯ୍ୟାନୁଷ୍ଠାନ : ୨ ପୋଲିସ ନିଲମ୍ବିତ, ୩ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର

Published By : Prameya-News7 Bureau | October 02, 2024 IST

କନ୍ଧମାଳ ୨।୧୦: କନ୍ଧମାଳରେ ୫ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ଡାଙ୍ଗଣାମୁ ଘାଟିରୁ ଗଞ୍ଜେଇ ବେପାରୀଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ କାର୍ଯ୍ୟରେ ଅବହେଳା ପାଇଁ ୫ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗୋଚ୍ଛାପଡ଼ା ଥାନା ASI, ହାବିଲଦାର ଓ ୩ ହୋମଗାର୍ଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ASI ଅଜିତ କୁମାର ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି । ୩ ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର, ରତ୍ନାକର ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । 

ଉଲ୍ଲେଖଯୋଗ୍ୟ ଯେ, ଗତ ୨୬ ତାରିଖରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଚଢ଼ାଉ କରି ଧରିଥିଲେ । ୨୮ ତାରିଖରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ଘାଟି ତଳୁ ଉଦ୍ଧାର କରିଥିଲେ ପରିବାର ଲୋକ । ପୋଲିସ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ ।

You Can Read:

ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.