ପୁଣି ବ୍ୟାରିକେଡରେ ପଶିଗଲା କୁନି ପିଲାର ମୁଣ୍ଡ, କିଛି ସମୟ ପରେ ସୁରକ୍ଷିତ ଉଦ୍ଧାର

Published By : Prameya-News7 Bureau | September 22, 2024 IST

ପୁରୀ ୨୨/୯: ବନ୍ଦୀ କରିଦେଲା ବ୍ୟାରିକେଡ । ବ୍ୟାରିକେଡ ଭିତରେ ପଶିଗଲା କୁନି ପିଲାଟି ।  ପୁଣି ପୁରୀରୁ ଆସିଛି ଅଭାବନୀୟ ଖବର । ଘରଲୋକଙ୍କ ସହ ପୁରୀ ବୁଲିବାକୁ ଆସିଥିଲା କୁନି ପିଲାଟି । ସେ କଣ ଜାଣିଥିଲା ଏତେବଡ ଅଘଟଣ ଘଟିଯିବ । ବ୍ୟାରିକେଡ଼ ଭିତରେ ଥିବାବେଳେ କୁନି ପିଲାର ମୁଣ୍ଡ ପଶିଯାଇଥିଲା। ତେବେ ସୁରକ୍ଷିତ ଭାବେ କୁନି ପିଲାର ମୁଣ୍ଡକୁ ବ୍ୟାରିକେଡ଼ ଭିତରୁ ବାହାର କରିବା ପାଇଁ ଉଦ୍ୟମ କରାଯାଇଥିଲା। କିଛି ସମୟ ଭିତରେ ବ୍ୟାରିକେଡ଼ ଭିତରୁ କୁନି ପୁଅକୁ ସୁରକ୍ଷିତ ଭାବେ ପୋଲିସ ଉଦ୍ଧାର କରିବା ପରେ ପରିବାର ଲୋକେ ଆଶ୍ବସ୍ତ ହୋଇଥିଲେ।

ଆଜି ରବିବାର ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି ଶ୍ରୀମନ୍ଦିରରେ। ରତ୍ନଭଣ୍ଡାରର ଯାଞ୍ଚ କାର୍ଯ୍ୟ ଚାଲିଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ କୁନି ପିଲାଟି ନିଜ ପରିବାର ଲୋକଙ୍କ ସହ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଠିଆ ହୋଇଥିଲା। ସେହି ସମୟରେ କୁନି ପିଲାଟି ବ୍ୟାରିକେଡ଼କୁ ଲାଗିକରି ଠିଆ ହୋଇଥିବା ସମୟରେ ମୁଣ୍ଡଟି ବ୍ୟାରିକେଡ଼ ଭିତରେ ପଶି ଯାଇଥିଲା। କିଛି ସମୟ ପାଇଁ ପରିବାର ଲୋକେ ବିଚଳିତ ହୋଇପଡିଥିଲେ। ଗତ କିଛିବର୍ଷ ତଳେ ମଧ୍ୟ ଏଭଳି ଘଟଣା ନଜରକୁ ଆସିଥିଲା। 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.