କାର୍ଯ୍ୟକ୍ଷମ ପୂର୍ବରୁ ୨ଥର ଭୁଶୁଡିଲାଣି ମାଲକାନଗିରି ଏୟାରପୋର୍ଟ ପାଚେରୀ, ନିମ୍ନମାନର କାମ ଅଭିଯୋଗ

Published By : Prameya-News7 Bureau | June 08, 2024 IST

ମାଲକାନଗିରି ୮/୬: କାର୍ଯ୍ୟକ୍ଷମ ହୋଇନି, ୨ଥର ଭୁଶୁଡିଲାଣି । ନିମ୍ନମାନର କାମ ଅଭିଯୋଗ ଆଣିଲେ ଲୋକେ । ପୁଣି ଭୁଶୁଡି ପଡିଛି ମାଲକାନଗିରି ଏୟାରପୋର୍ଟ ପାଚେରୀ । ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହୋଇଥିବାବେଳେ ପାଣି ସୁଅରେ ନିର୍ମାଣାଧୀନ ବିମାନବନ୍ଦରର ଲମ୍ବା ପାଚେରୀ ଭୁଶୁଡି ପଡିଛି  ।୨୦ରୁ ୩୦ ମିଟର ଯାଏ ପାଚେରୀ ଭୁଶୁଡି ପଡିଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନି ।

ଗତ ବର୍ଷ ମଧ୍ୟ ପାଚେରୀ ଭାଙ୍ଗି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ପୂର୍ବରୁ ବାରମ୍ବାର ପାଚେରୀ ଭୁଶୁଡିବା ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ । ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.