ମୁମ୍ୱାଇ: ଏନସିପିର ଦୁଇ ଗୋଷ୍ଠୀ ବୁଧବାର ଶକ୍ତି ପ୍ରଦର୍ଶନ କରିଛନ୍ତି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ବୈଠକରେ ୩୦ରୁ ଅଧିକ ବିଧାୟକ ଉପସ୍ଥିତ ରହିଥିବା ବେଳେ ଶରଦ ପାୱାରଙ୍କ ବୈଠକରେ ୧୦ ବିଧାୟକ ଉପସ୍ଥିତ ରହିଥିଲେ । ଏହାକୁ ଦେଖିଲେ ଶରଦ ପାୱାରଙ୍କୁ ଝଟକା ଲାଗିପାରେ ବୋଲି କୁହାଯାଉଛି । ଏହାରି ଭିତରେ ସଭିଙ୍କୁ ଚକିତ କରି ଶରଦ ପାୱାରଙ୍କୁ ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଯାଇ ଅଜିତ୍ ନିଜେ ଅଧ୍ୟକ୍ଷ ହୋଇଥିବା ଦାବି କରିଛନ୍ତି ।
ଅଜିତ୍ ଦାବି କରିଛନ୍ତି ଯେ ଜୁନ ୩୦ରେ ହୋଇଥିବା ଏନସିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶରଦ ପାୱାରଙ୍କୁ ଅଧ୍ୟକ୍ଷ ପଦରୁ ହଟାଯିବା ଉପରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏହାସହ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ବୈଠକରେ ତାଙ୍କୁ ନୂତନ ଅଧ୍ୟକ୍ଷ ଚୟନ କରାଯାଇଛି । ଅଜିତ୍ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇ ଶରଦ ପାୱାର ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନଥିବ ଅବଗତ କରାଇଛି। । କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଡକାଇଥିବା ଏହି ବୈଠକରେ ପ୍ରଦେଶ ଅଧ୍ୟକ୍ଷ ଭାବେ ସୁନୀଲ ତଟକରେଙ୍କୁ ଦାୟିତ୍ୱ ଦିଆଯାଇଥିଲା ।
wp:html/wp:html#WATCH | NCP chief Sharad Pawar leaves from YB Chavan Centre in Mumbai amid sloganeering by his supporters there. pic.twitter.com/TtYuvX6tZ2
— ANI (@ANI) July 5, 2023
ସେପଟେ ଏନସିପି ଲଢେଇ ଏବେ ନିର୍ବାଚନ ଆୟୋଗଙ୍କ ପାଖରେ ପହଞ୍ଚିଛି । ଅଜିତ୍ ପାୱାରଙ୍କ ଗୋଷ୍ଠୀ ତାଙ୍କ ସମର୍ଥିତ ବିଧାୟକ ଏବଂ ସାଂସଦଙ୍କ ୪୦ରୁ ଅଧିକ ସତ୍ୟପାଠ ଦାଖଲ କରିଛନ୍ତି । ଅଜିତ୍ ପାୱାର ଏନସିପି ଉପରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏହାସହ, ଏନସିପିର ନିର୍ବାଚନ ଚିହ୍ନ ଉପରେ ମଧ୍ୟ ଦାବି କରିଛନ୍ତି । ନିର୍ବାଚନ ଆୟୋଗର ସୂତ୍ର ଅନୁସାରେ ଶରଦ ପାୱାରଙ୍କ ଗୋଷ୍ଠୀ ମଧ୍ୟ ଆୟୋଗ ଆଗରେ ଏକ ଯାଚିକା ଦାୟର କରି ଅନୁରୋଧ କରିଛନ୍ତି ଯେ ବିବାଦ ଉପରେ କୌଣସି ରାୟ ଦେବା ପୂର୍ବରୁ ତାଙ୍କ କଥା ଶୁଣାଯିବା ଦରକାର ।
Also Read: ‘ଆପଣଙ୍କୁ ୮୩ ବର୍ଷ ହେଲାଣି, କିନ୍ତୁ ମୋତେ ମୁଖ୍ୟମନ୍ତ୍ରୀ ହେବାର ଅଛି’; ଶରଦ ପାୱାରଙ୍କୁ ପୁତୁରା ଅଜିତ୍ଙ୍କ ସିଧା ହମଲା