‘ଆପଣଙ୍କୁ ୮୩ ବର୍ଷ ହେଲାଣି, କିନ୍ତୁ ମୋତେ ମୁଖ୍ୟମନ୍ତ୍ରୀ ହେବାର ଅଛି’; ଶରଦ ପାୱାରଙ୍କୁ ପୁତୁରା ଅଜିତ୍‌ଙ୍କ ସିଧା ହମଲା

Published By : Prameya-News7 Bureau | July 05, 2023 IST

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଏନସିପି ମୁଖ୍ୟ ଶରଦ ପାୱାରକୁ ସିଧା ଆକ୍ରମଣ କରିଛନ୍ତି । ଅଜିତ୍ ପାୱାର ଏବେ ଦାଦା ଶରଦ ପାୱାରଙ୍କ ବୟସ କଥା ଉଠାଇ କହିଛନ୍ତି ଯେ ବିଜେପି ନେତା ୭୫ ବର୍ଷରେ ଅବସର ନେଉଛନ୍ତି । ଆପଣ ୮୩ ବର୍ଷର ହେଲେଣି, ଅବସର କାହିଁକି ନେଉ ନାହାନ୍ତି ।

ଅଜିତ୍ ପାୱାର କହିଛନ୍ତି ଯେ ୨୦୦୪ରେ କଂଗ୍ରେସରୁ ଅଧିକ ବିଧାୟକ ଥିବା ସତ୍ତ୍ୱେ ଏନସିପି ମୁଖ୍ୟମନ୍ତ୍ରୀ ପଦ ହରାଇଥିଲା । ଅଜିତ୍ ପାୱାର କହିଛନ୍ତି ଯେ ମୁଁ ଚୁପ୍ ବସିଲେ ଲୋକେ ଭାବିବେ, ମୋ ପାଖରେ ହିଁ କିଛି ତ୍ରୁଟି ରହିଛି । ଶରଦ ପାୱାର ଆମ ଦେବତା, ଆମେ ତାଙ୍କର ଆଶୀର୍ବାଦ ଚାହୁଁଛୁ । ଅଜିତ୍ ପାୱାର କହିଛନ୍ତି ଯେ ମୁଁ ଲୋକଙ୍କ କଲ୍ୟାଣ ପାଇଁ ନିଜର କିଛି ଯୋଜନାକୁ ଲାଗୁ କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ସେ କହିଛନ୍ତି ଯେ ପିଏମ ମୋଦୀଙ୍କ ମ୍ୟାଜିକ୍ ଯୋଗୁଁ ହିଁ ୨୦୧୪ରେ ବିଜେପି କ୍ଷମତାକୁ ଆସିଥିଲା ।

wp:html /wp:html

ମହାରାଷ୍ଟ୍ର ଡେପୁଟୀ ସିଏମ ଅଜିତ୍ ପାୱାର କହିଛନ୍ତି ଯେ ୨୦୧୭ରେ ବି ବର୍ଷା ବଙ୍ଗଳାର ଆମର ବୈଠକ ହୋଇଥିଲା । ପାର୍ଟିର ବରିଷ୍ଠ ନେତା ଛଗନ ଭୁଜବଲ, ଜୟନ୍ତ ପଟେଲଙ୍କ ନିର୍ଦ୍ଦେଶରେ ଅନେକ ନେତା ଏଠାରୁ ଆସିଥିଲେ । ସେଠାରେ ବିଜେପିର ବହୁ ନେତା ମଧ୍ୟ ଥିଲେ । ଆମ ଭିତରେ କ୍ୟାବିନେଟ୍ ପୋର୍ଟଫୋଲିଓ ଆବଣ୍ଟନ ଏବଂ ମନ୍ତ୍ରୀ ପଦ ଉପରେ ଚର୍ଚ୍ଚା ହୋଇଥିଲା, କିନ୍ତୁ ପରେ ଆମ ପାର୍ଟି ପଛକୁ ହଟିଯାଇଥିଲା । ଅଜିତ୍ କହିଛନ୍ତି ଯେ ଶରଦ ପାୱାରଙ୍କ କହିବା ଥିଲା ଶିବସେନା ସାମ୍ପ୍ରଦାୟିକ ପାର୍ଟି, ଏଥିପାଇଁ ଏହାସହ ମେଣ୍ଟ ହୋଇପାରିବ ନାହିଁ । କିନ୍ତୁ ସେହି ଶିବସେନା ୨୦୧୯ରେ ସେକ୍ୟୁଲାର ହେଇଗଲା ।

ଅନ୍ୟପଟେ ପ୍ରଫୁଲ ପଟେଲ କହିଛନ୍ତି ଯେତେବେଳେ ଏମଭିଏ ସରକାର ଭାଙ୍ଗିବାକୁ ଯାଉଥିଲା, ସେତେବେଳେ ଏନସିପି ବିଧାୟକ ଏବଂ ମନ୍ତ୍ରୀମାନେ ଶରଦ ପାୱାରଙ୍କୁ ଅନୁରୋଧ କରି ବିଜେପି ସହ ଯିବାକୁ କହିଥିଲେ । ଏନସିପି ନେତା କହିଛନ୍ତି ଯେ ଯେତେବେଳେ ଆମେ ଶିବସେନାର ବିଚାରଧାରାକୁ ସ୍ୱୀକାର କରିପାରୁଛୁ ତେବେ ବିଜେପି ସହ ଯିବାରେ ଆପତ୍ତି କଣ ?

Also Read: ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଲା ଦାଦା-ପୁତୁରା ଲଢେଇ, ପାର୍ଟି ଏବଂ ସଂକେତ ଉପରେ ଅଜିତ୍ ପାୱାରଙ୍କ ଦାବି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.