ଦିଲ୍ଲୀ ଗସ୍ତରେ କଂଗ୍ରେସର ଦୁଇ ବରିଷ୍ଠ ନେତା, ତୁରନ୍ତ ପିସିସି ସଭାପତି ଘୋଷଣା ପାଇଁ ଜଣାଇବେ ଦାବି

Published By : Prameya-News7 Bureau | January 14, 2025 IST

ଭୁବନେଶ୍ୱର ୧୪।୦୧ : କଂଗ୍ରେସ ବିଧାୟକ ଦଳନେତା ରାମଚନ୍ଦ୍ର କାଡାମଙ୍କ ଦିଲ୍ଲୀ ଗସ୍ତ । ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା କଂଗ୍ରେସ ଦଳର ମୁଖ୍ୟାଳୟ ଉଦ୍‌ଘାଟନରେ ହେବେ ସାମିଲ । ଓଡିଶାରୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଏବଂ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍‌ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବର୍ତ୍ତମାନ କଂଗ୍ରେସ ଦଳର ଅଧ୍ୟକ୍ଷ ଥିବା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଭେଟିବେ । ଓଡିଶାର ଏହି ଦୁଇ ନେତା ତୁରନ୍ତ ପିସିସି ସଭାପତି ଘୋଷଣା କରିବାକୁ ଏଆଇସିସି ନିକଟରେ ଦାବି କରିବେ ବୋଲି ଜଣାପଡିଛି । 


ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟର ପିସିସି ଭଙ୍ଗ ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ ନିଜେ ଇସ୍ତଫା ଦେଇଥିବା ବେଳେ ଅନ୍ୟ ସମସ୍ତ ସାଂଗଠନିକ ପଦପଦବୀକୁ ଭଙ୍ଗ କରିଥିଲା ଏଆଇସିସି । ତାପର ଠାରୁ ରାଜ୍ୟର ପରବର୍ତ୍ତୀ ପିସିସି ସଭାପତି କିଏ ହେବ, ସେନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଏହିକ୍ରମରେ ରାଜ୍ୟରେ ଅନେକ ବରିଷ୍ଠ ନେତା ଦିଲ୍ଲୀ ଗସ୍ତ ମଧ୍ୟ କରିସାରିଲେଣି । ତଥାପି କୌଣସି ନିଷ୍କର୍ସ ବାହାରିପାରୁନି । କେତେବେଳେ ମହମ୍ମଦ ମୋକିମଙ୍କ ନାଁ ଚର୍ଚ୍ଚା ହେଉଛ ତ ଆଉ କେତେବେଳେ ତାରା ବାହିନୀପତିଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ହେଲେ ଉଭୟ ପିସିସି ସଭାପତି ନେଇ ପ୍ରଶ୍ନ ପଚାରିବାରୁ , ସେମାନେ କହୁଛନ୍ତି ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ । ତେବେ ଏସବୁ ଭିତରେ ମଙ୍ଗଳବାର ଦିନ ରାଜ୍ୟ କଂଗ୍ରେସରୁ ଦୁଇ ବରିଷ୍ଠ ନେତା ସପ୍ତଗିରି ଉଲାକା ଏବଂ ରାମଚନ୍ଦ୍ର କାଡାମ ଦିଲ୍ଲୀ ଗସ୍ତ କରିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର ଖବର ରହିଥିବା ବେଳେ ପିସିସି ସଭାପତି ନେଇ ମଧ୍ୟ ଆଲୋଚନା ହୋଇପାରେ । 

ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ

  • congress
  • odisha
  • OdishaNews
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.