ଦକ୍ଷିଣ ଆଫ୍ରିକାରେ ବଡ଼ ଅଘଟଣ; ବେଆଇନ ସୁନା ଖଣିରେ ଫସିଥିବା ଶହେ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | January 14, 2025 IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ବେଆଇନ ଖଣି ଖନନ ବେଳେ ଅଘଟଣ । ସୁନା ଖଣିରେ ଫସି ରହିଥିବା ୧୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଖାଦାନରେ ସେମାନେ ଭୋକ ଉପାସରେ ଶେଷରେ ପ୍ରାଣ ହରାଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ଷ୍ଟିଲଫୋଣ୍ଟେନ୍ ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବଫେଲସଫଣ୍ଟେନ ନିକଟସ୍ଥ ଏକ ବେଆଇନ ସୁନା ଖଣିରେ ପ୍ରାୟ ଶହେରୁ ଅଧିକ ଶ୍ରମିକ ଫସିଥିଲେ । ଏନେଇ ପ୍ରଶାସନକୁ ଖବର ମିଳିବା ପରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ଶ୍ରମିକ ମାନଙ୍କୁ ଉଦ୍ଧାର ବେଳେ ଜଣାପଡ଼ିଥିଲା ସେମାନେ ସୁଡ଼ଙ୍ଗ ଭିତରେ ବହୁ ଦିନ ଭୋକ ଉପାସରେ ରହି ଶେଷରେ ପ୍ରାଣ ହରାଇଛନ୍ତି ।  

ମାଇନିଂ ଅଫକ୍ଟେଡ୍ କମ୍ୟୁନିଟିଜ୍ ୟୁନାଇଟେଡ୍ ଇନ ଆକ୍ସନ ଗ୍ରୁପ ମୁତାବକ, ରେସକ୍ୟୁ ଅପରେସନ କରାଯାଇ ବର୍ତ୍ତମାନ ସୁଦ୍ଧା ୨୬ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଏହାଛଡ଼ା ଖାଦାନ ଭିତରରୁ ୧୮ଜଣ ଶ୍ରମିକଙ୍କ ମୃତଦେହ ବାହର କରାଯାଇଛି । ଏବେବି ଉଦ୍ଧାର କର୍ଯ୍ୟ ଜାରି ରହିଛି । ଏହି ବେଆଇନ ସୁନା ଖଣିରେ ପ୍ରାୟ ଅଢ଼େଇ କିଲୋମିଟର ଗଭୀରରେ ସୁଡ଼ଙ୍ଗ ହୋଇଛି ।  

ଦକ୍ଷିଣ ଆଫ୍ରିକାର ଷ୍ଟିଲଫୋଣ୍ଟେନ୍ ପୋଲିସ ବେଆଇନ ଖଣିକୁ ସିଲ୍ କରିବାକୁ ଚେଷ୍ଟା କରିଥିଲା, ମାତ୍ର ପୋଲିସକର୍ମୀ ଏବଂ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । କିଛି ଶ୍ରମିକ ପୋଲିସ ଗିରଫଦାରୀ ଭୟଙ୍କରେ ସୁଡ଼ଙ୍ଗରୁ ବାହାରକୁ ଆସୁନିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପୋଲିସ ଖାଦାନ ଭିତରେ ଥିବା ଶ୍ରମିକଙ୍କ ରଶି ଛିଡ଼ାଇ ଦେବାରୁ ସେମାନେ ବାହାରୁ ଆସୁପାରିନଥିବା କୁହାଯାଇଛି । ଏପଟେ ମୃତ ଶ୍ରମିକଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଅନେକ ଦିନ ଧରି ଭୋକ ଉପାସରେ ରହିବାରୁ ଶ୍ରମକଙ୍କ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଦକ୍ଷିଣ ଆଫ୍ରିକାରେ ବେଆଇନ ଖନନ ଏକ ସାଧାରଣ ସମସ୍ୟା । ଖଣି କମ୍ପାନିମାନେ ଯେତେବେଳେ କୌଣସି ସୁନା ଖଣିଙ୍କୁ ବେକାର ଭାବି ଉତ୍ତୋଳନ ବନ୍ଦ କରିଦେଇଥାନ୍ତି , ସେତେବେଳେ ସ୍ଥାନୀୟ ଶ୍ରମିକମାନେ ଏହାକୁ ଖନନ କରି ସେଥିରୁ ସୁନା ବାହାର କରିଥାନ୍ତି ।..

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.