୩୬୦୦ କୋଟି ଟଙ୍କାର ବଜେଟ୍, ମହାକୁମ୍ଭରେ ପ୍ରଡକ୍ଟ ବ୍ରାଣ୍ଡିଂ ଉପରେ ଉଦ୍ୟୋଗ ଜଗତର ଫୋକସ୍

Published By : Prameya-News7 Bureau | January 14, 2025 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜାନୁଆରୀ ୧୩ରୁ ମହାକୁମ୍ଭ ଆରମ୍ଭ ହୋଇଛି । ଏହି ମହାକୁମ୍ଭ ଫେବ୍ରୁଆରୀ ୨୬ ଯାଏ ଅର୍ଥାତ୍ ଆଗାମୀ ୪୫ ଦିନ ଯାଏ ଚାଲିବ । ୧୨ ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ମହାକୁମ୍ଭରେ ଚଳିତ ଥର ଦେଶ ଏବଂ ବିଦେଶରୁ ୪୦ କୋଟି ଶ୍ରଦ୍ଧାଳୁଙ୍କ ଆଗମନ ନେଇ ଅନୁମାନ କରାଯାଉଛି । କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିତରେ ନିଜର ବ୍ରାଣ୍ଡ୍‌ ପ୍ରମୋସନ ପାଇଁ ଉଗ୍ୟୋଗ ଜଗତ ବି ପ୍ରସ୍ତୁତି କରିଛି ।

ଭାରତର ଅନେକ ବଡ଼ କମ୍ପାନି ମହାକୁମ୍ଭରେ ସାମିଲ ହୋଇ ଲୋକଙ୍କୁ ନିଜ ଉତ୍ପାଦ ସହ ସିଧା ପରିଚିତ କରାଇବାର ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି । ଏକ ଅନୁମାନ ଅନୁସାରେ କମ୍ପାନିଗୁଡ଼ିକ ମହାକୁମ୍ଭ ପାଇଁ ରଖିଥିବା ନିଜ ବଜେଟର ୭୦ ପ୍ରତିଶତ ଭାଗ କେବଳ ପ୍ରଚାରରେ ହିଁ ଖର୍ଚ୍ଚ କରିବେ । 

ଏହି ୪୫ ଦିନରେ ମାର୍କେଟିଂରେ କମ୍ପାନିଗୁଡ଼ିକ ପ୍ରାୟ ୩୬୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ବିଶେଷଜ୍ଞଙ୍କ ମତରେ ମହାକୁମ୍ଭରେ ବିଜ୍ଞାପନ ଏବଂ ମାର୍କେଟିଂ ଉପରେ ଖର୍ଚ୍ଚ ହେବାକୁ ଥିବା ପ୍ରାୟ ୩୬୦୦ କୋଟି ଟଙ୍କାରୁ ୨୫ ପ୍ରତିଶତ କେବଳ ଆଉଟ୍‌ଡୋର ବିଜ୍ଞାପନ ଉପରେ ଖର୍ଚ୍ଚ ହେବ ।

ମହାକୁମ୍ଭରେ ଆଇଟିସି, କୋକା-କୋଲା, ଆଦାନୀ ଗ୍ରୁପ, ହିନ୍ଦୁସ୍ତାନ ୟୁନିଲିଭର, ଡାବର, ବିଲସେରୀ, ଇମାମୀ, ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ, ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ସ୍ପାଇସଜେଟ୍ ପରି କମ୍ପାନି ବ୍ରାଣ୍ଡିଂ ଅଧିକାର ପାଇଛନ୍ତି । କମ୍ପାନିଗୁଡ଼ିକ ସୋସିଆଲ୍ ମିଡିଆ ଏନଫ୍ଲୁଏନସର୍ସଙ୍କ ଜରିଆରେ ଜୋରଦାର ମାର୍କେଟିଂ କରିବା ପାାଇଁ ଯୋଜନା ରଖିଛନ୍ତି । 

 

  • Mahakumbh Mela 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.