ଦିଲ୍ଲୀ ବିଧାନସଭା ନିର୍ବାଚନ: କଂଗ୍ରେସର ଜାରି ହେଲା ତୃତୀୟ ତାଲିକା, ସୂଚୀରେ ୧୫ ପ୍ରାର୍ଥୀ

Published By : Prameya-News7 Bureau | January 14, 2025 IST

ନୂଆଦିଲ୍ଲୀ ୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ ନିମନ୍ତେ ୧୪ ଜାନୁୟାରୀ ମଙ୍ଗଳବାର ତୃତୀୟ ପ୍ରାର୍ଥୀ ତାଲିକା ଜାରି ହୋଇଛି। ଏଥିରେ ଆଉ ୧୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଏହି ତାଲିକା ମାଧ୍ୟମରେ କଂଗ୍ରେସ ଗୋଟିଏ ସିଟରେ ନିଜ ପ୍ରାର୍ଥୀ ବଦଳାଇଛି। କଂଗ୍ରେସ ଏଥିରେ ମୁଣ୍ଡକା, କିରାଡି, ମଡେଲ ଟାଉନ, ପଟେଲ ନଗର, ହରିନଗର, ଜନକପୁରୀ, ବିକାଶ ପୁରୀ, ନଜଫଗଡ଼, ପାଲାମ, ଆର.କେ.ପୁରମ, ଓଖଲା, ବିଶ୍ୱାସନଗର, ଗାନ୍ଧି ନଗର, ଶାହଦରା, ଘୋଣ୍ଡା ଓ ଗୋକୁଲପୁର ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। 

ଏଥିରେ ମୁଣ୍ଡକାରୁ ଧରମପାଲ ଲକଡାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କିରାରିରୁ ରାଜେଶ ଗୁପ୍ତା, ମଡେଲ ଟାଉନରୁ କୁଅଁର କରନ ସିଂହ, ପଟେଲ ନଗର ଏସସି ଆସନରୁ ଶ୍ରୀମତୀ କ୍ରିଷ୍ଣା ତିରଥ, ହରିନଗରରୁ ପ୍ରେମ ଶର୍ମା, ଜନକପୁରୀରୁ ଶ୍ରୀମତୀ ହରବାଣୀ କୌର, ବିକାଶପୁରୀରୁ ଜିତେନ୍ଦ୍ର ସୋଲାଙ୍କି, ନଜଫଗଡ଼ରୁ ସୁଷମା ଯାଦବ, ପାଲମରୁ ମଙ୍ଗେରାମ, ଆର.କେ.ପୁରମରୁ ବିଶ୍ୱାସ ଟୋକାସ, ଓଖଲାରୁ ଅରିବା ଖାନ, ବିଶ୍ୱାସ ନଗରରୁ ରାଜୀବ ଚୌଧୁରୀଙ୍କୁ ପ୍ରାର୍ଥୀ କରାଯାଇଛି। 

ସେହିପରି ତାଲିକା ଅନୁସାରେ ଗାନ୍ଧି ନଗରରୁ କମଲା ଆରୋରାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଶାହଦରାରୁ ଜଗତ ସିଂହ, ଗୋଣ୍ଡାରୁ ଭୀଷ୍ମ ଶର୍ମା ଓ ଗୋକୁଲପୁର ଏସସି ଆସନରୁ ଈଶ୍ୱର ବଗ୍ରିଙ୍କୁ ପ୍ରାର୍ଥୀ କରାଯାଇଛି। ଏଠାରେ କଂଗ୍ରେସ ପୂର୍ବରୁ ପ୍ରମୋଦ କୁମାର ଜୟନ୍ତଙ୍କୁ ପ୍ରାର୍ଥୀ କରିଥିଲା। ତେବେ ତୃତୀୟ ତାଲିକାରେ ଜୟନ୍ତଙ୍କୁ ବଦଳାଇ ତାଙ୍କ ସ୍ଥାନରେ ଈଶ୍ୱର ବଗ୍ରିଙ୍କୁ ପ୍ରାର୍ଥୀ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.