ନୂଆଦିଲ୍ଲୀ ୦୯/୦୯: ବାଙ୍ଗଲାଦେଶ ବିପକ୍ଷରେ ଭାରତୀୟ ଟିମ୍ ସେପ୍ଟେମ୍ୱର ୧୫ରୁ ଆରମ୍ଭ କରିବ ଅଭିଯାନ । ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଖେଳାଳି ଦିଲ୍ଲୀପ ଟ୍ରଫି ୨୦୨୪ରେ ଭାଗ ନେବାକୁ ଯାଉଛି । ତେବେ ଏହି ସିରିଜରେ ପେସର ଆକାଶଦୀପ ବି ଦିଲ୍ଲୀପ ଟ୍ରଫିରେ ଟିମ୍ ଇଣ୍ଡିଆର ଗୋଟିେ ଅଂଶ ହେବେ । ଇଣ୍ଡିଆ-ବି ବିପକ୍ଷ ମ୍ୟାଚ୍ରେ ଆକାଶଦୀପ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।
ଆକାଶଦୀପ ଦ୍ୱିତୀୟ ପାଳିରେ ୫୬ ରନ୍ ଦେଇ ନେଇଥିଲେ ୫ ଓ୍ୱିକେଟ । ଆକାଶଙ୍କ ଦୁର୍ଦ୍ଦଶ ବୋଲିଂ ଆଗରେ ଇଣ୍ଡିଆ-ବି ମାତ୍ର ୧୮୪ ରନ କରିଥିଲା । ଯେଉଁଥିରେ ଇଣ୍ଡିଆ-ଏ କୁ ଜିତବା ପାଇଁ ୨୭୫ ରନର ଟାର୍ଗେଟ ଥିଲା । ବେଙ୍ଗାଲୁରୁର ଏମ୍.ଚିଦାମ୍ୱରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଆକାଶ ଦୀପ ପ୍ରଥମ ପାଳିରେ ୬୦ ରନ୍ ଦେଇ ନେଇଥିଲେ ୪ଟି ଓ୍ୱିକେଟ । ଏହିଭଳି ଆକାଶଦୀପ ମ୍ୟାଚ୍ରେ ପାଖାପାଖି ୯ ଓ୍ୱିକେଟ ନେଇଥିଲେ । ଦମ୍ଦାର ପ୍ରଦର୍ଶନ ବଲରେ ଆକାଶଦୀପ ବାଂଲାଦେଶ ସିରିଜ୍ ପାଇଁ ନିଜର ସ୍ଥାନ ପକ୍କା କରିଥିଲେ । ୨୭ ବର୍ଷୀୟ ଆକାଶ ଏଯାଏଁ କେବଲ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ।
ଏହି ବର୍ଷ ଫେବୃୟାରୀରେ ଇଂଲଣ୍ଡ ବିପକ୍ଷରେ ରାଞ୍ଚୀ ଟେଷ୍ଟରେ ଆକାଶ ପ୍ରଥମ ପାଳିରେ ୩ ଓ୍ୱିକେଟ ନେଇଥିଲେ । ଡାହାଣ ହାତୀ ଦ୍ରୁତ ବୋଲର ଆକାଶଦୀପ ଜନ୍ମ ବିହାରର ରୋହତାସ ଜିଲ୍ଲାରେ । ଯଦିଓ ଆକାଶଦୀପ ଘରୋଇ କ୍ରିକେଟରେ ବଙ୍ଗଲା ପାଇଁ ଖେଳୁଛନ୍ତି । ଏବେ ସେ ଟିମ୍ ଇଣ୍ଡିଆରେ ଖେଳିବେ ବୋଲି ଶୁଣିବାକୁ ମିଳୁଛି ।