ନୂଆଦିଲ୍ଲୀ ୧୪/୦୧: ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଫ୍ଲପ ଶୋ ପରେ ଜାରି ରହିଛି ସମାଲୋଚନା । ଚାରିଆଡୁ ସମାଲୋଚନା ପରେ ବସିଥିଲା ସମୀକ୍ଷା ବୈଠକ । ବୈଠକରେ ବର୍ଡର-ଗାଭାସ୍କର ଟ୍ରଫି ହାରିବାର ଚାଲିଥିଲା ପୋଷ୍ଟମର୍ଟମ । ଏହି ବୈଠକରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ ଅନୁଯାୟୀ, ସେହି ବୈଠକରେ ଆଉ ଏକ ବିଷୟ ଉପରେ ଆଲୋଚନା ହୋଇଥିଲା । ତେବେ ଖେଳାଳିମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଅନୁସାରେ ଟଙ୍କା ଦେବା ନେଇ ମିଟିଂରେ ହୋଇଥିଲା ଚର୍ଚ୍ଚା । ଅର୍ଥାତ୍, କାର୍ଯ୍ୟଦକ୍ଷତା ଅନୁସାରେ, ମିଳିବ ସାଲାରୀ । ରିପୋର୍ଟ ଅନୁସାରେ, ଖେଳାଳିମାନେ ସେମାନଙ୍କ ଖେଳ ଏବଂ ବିଶେଷକରି ଲାଲ ବଲ୍ କ୍ରିକେଟ୍ ପ୍ରତି ଅଧିକ ଦାୟିତ୍ୱବାନ ହୋଇପାରିବା ପାଇଁ ଏହା ବିଚାର କରାଯାଇଥିଲା। ସେ ଦଳରେ ଅଧିକ ଦାୟିତ୍ୱର ସହିତ ତାଙ୍କର ଭୂମିକା ନିର୍ବାହ କରିପାରିବେ ।
ଫିସ କର୍ମଚାରୀଙ୍କ ପରି ବ୍ୟବହାର !
ରିପୋର୍ଟ ଅନୁଯାୟୀ, ଯେଉଁ ଖେଳାଳିମାନେ ସେମାନଙ୍କର ଭୂମିକା ପାଳନ କରନ୍ତି ନାହିଁ । ଅର୍ଥାତ୍, ସେ ଦଳରେ ତାଙ୍କର ଭୂମିକା ଠିକ୍ ଭାବରେ ନିର୍ବାହ କରନ୍ତି ନାହିଁ । ଯଦି ସେମାନେ କାର୍ଯ୍ୟ କରନ୍ତି ନାହିଁ ତେବେ ସେମାନଙ୍କ ଟଙ୍କା ସେହି ଅନୁସାରେ ସାଲାରୀ କଟାଯିବାର ଯୋଜନା କରାଯାଇଛି । ଯେମିତିକି ଯେ କୌଣସି କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ସହ ଯାହା ସବୁ ଘଟେ । ଠିକ୍ ସେହିପରି ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହ ହେବାର ଯୋଜନା କରାଯାଇଛି ।
ଯେପରି ପ୍ରଦର୍ଶନ, ସେପରି ଟଙ୍କା!
ସମୀକ୍ଷା ବୈଠକରେ ଦିଆଯାଇଥିବା ପରାମର୍ଶ ଅନୁଯାୟୀ, ଯଦି ଜଣେ ଖେଳାଳିଙ୍କ ପ୍ରଦର୍ଶନ ଆଶାନୁରୂପ ନହୁଏ । ତେବେ ଏହା ତାଙ୍କ ରୋଜଗାର ଉପରେ ମଧ୍ୟ ପ୍ରଭାବ ପକାଇବ। ଏହା ଏକ ପରାମର୍ଶ ଯାହା ଖେଳାଳିମାନଙ୍କୁ ଅଧିକ ଦାୟିତ୍ୱବାନ କରିବ । ଯଦି ସେମାନେ ସେମାନଙ୍କର ଦାୟିତ୍ୱ ପୂରଣ କରିବାରେ ବିଫଳ ହୁଅନ୍ତି । ତେବେ ସେମାନଙ୍କୁ ମିଳୁଥିବା ପାରିଶ୍ରମିକ ବି କମିବ ।
ରିପୋର୍ଟ ଅନୁଯାୟୀ, ପ୍ରଦର୍ଶନ ଆଧାରିତ ଆୟ ଗତବର୍ଷ ଟେଷ୍ଟ କ୍ରିକେଟ୍ ପ୍ରତି ଖେଳାଳିଙ୍କୁ ଆକର୍ଷିତ କରିବା ପାଇଁ ବିସିସିଆଇ ପ୍ରବର୍ତ୍ତନ କରିଥିବା ପ୍ରୋତ୍ସାହନ ବ୍ୟବସ୍ଥା ସହିତ ସମାନ ହୋଇପାରେ। ସେହି ସିଷ୍ଟମ ଅନୁଯାୟୀ, ଯଦି ଜଣେ ଖେଳାଳିଙ୍କୁ ସିଜିନର ୫୦ ପ୍ରତିଶତ ଟେଷ୍ଟରେ ପ୍ଲେଇଂ ଇଲେଭେନରେ ସାମିଲ କରାଯାଏ । ତେବେ ତାଙ୍କୁ ପ୍ରତ୍ୟେକ ମ୍ୟାଚ୍ ପାଇଁ ୩୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ଯଦି ସିଜିନର ୭୫ ପ୍ରତିଶତ ମ୍ୟାଚ୍ରେ ଜଣେ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଏ । ତେବେ ଏହି ପ୍ରୋତ୍ସାହନ ରାଶି ୪୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।
ଭାରତୀୟ ଖେଳାଳିମାନେ ବର୍ତ୍ତମାନ ପ୍ରତ୍ୟେକ ଟେଷ୍ଟ ଖେଳିବା ପାଇଁ ୧୫ ଲକ୍ଷ ଟଙ୍କା ପାଆନ୍ତି। ଏହା ବ୍ୟତୀତ, ସେମାନଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୃଥକ ଟଙ୍କା ମଧ୍ୟ ମିଳିଥାଏ। ସଦ୍ୟତମ ପରାମର୍ଶ ପ୍ରଦର୍ଶନ ଅନୁସାରେ ସମାନ ଟଙ୍କା ହ୍ରାସ ବିଷୟରେ କି ମ୍ୟାଚ୍ ଫି ବିଷୟରେ, ତାହା ଏବେ ନିଶ୍ଚିତ ଭାବରେ କୁହାଯାଇପାରିବ ନାହିଁ।