ନୂଆଦିଲ୍ଲୀ ୧୩/୦୩: ଆଉ କିଛି ଦିନର ଅପେକ୍ଷା । ଆରମ୍ଭ ହେବ ରୋମାଞ୍ଚକର ମୁକାବିଲା ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ସିଜିନ୍ । ମାର୍ଚ୍ଚ ୨୨ରୁ କମ୍ପିବ ଷ୍ଟାଡିୟମ । ଉଦଘାଟନୀ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ଖେଳାଯିବ । କିନ୍ତୁ ଏହା ପୂର୍ବରୁ, ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି ରାଜସ୍ଥାନ ରୟାଲ୍ସ । ଏମିତିକି RR କ୍ୟାମ୍ପରୁ ନଜର ଆସିଛି ହୃଦୟକୁ ଛୁଇଁବା ଭଳି ଭିଡିଓ ।
କହିବାକୁ ଗଲେ ଟିମ୍ର କୋଚ୍ ରାହୁଲ ଦ୍ରାବିଡ ଦୁର୍ଘଟଣା ପରେ ଏବେ ସେ ଆହତ । ତାଙ୍କର ଗୋଟିଏ ଗୋଡରେ ଲାଗିଛି ଆଘାତ । ଚାଲିବାକୁ ଅସମର୍ଥ । ଆଶାବାଡୀ ସାହାଯ୍ୟରେ ଛୋଟେଇ ଛୋଟେି ଚାଲୁଛନ୍ତି । କିନ୍ତୁ ଏସବୁ ଭିତରେ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିଛି । ଏହା ସହିତ, ସେ ଦ୍ରାବିଡଙ୍କ ଆଗ୍ରହକୁ ପ୍ରଶଂସା କରି ଥକି ନାହାଁନ୍ତି ।
💗➡️🏡 pic.twitter.com/kdmckJn4bz
— Rajasthan Royals (@rajasthanroyals) March 13, 2025
ପ୍ରକୃତରେ, ଦ୍ରାବିଡ ପଡ଼ିଆକୁ ଆସିଥିଲେ । ଆଉ ଆଶାବାଡ଼ି ଧରି ପଡିଆରେ ଖେଳାଳିଙ୍କୁ ଦେଇଥିଲେ ତାଲିମ । ଏହାର ଭିଡିଓ ରାଜସ୍ଥାନ ଫ୍ରାଞ୍ଚାଇଜ୍ ଦ୍ୱାରା ସେୟାର କରାଯାଇଛି । ଭିଡିଓରେ ଦ୍ରାବିଡଙ୍କ ବାମ ଗୋଡରେ ଏକ ୱାକର ବୁଟ୍ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା । ଆଉ ଭିଡିଓଟି ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ ରିପ୍ଲାୟ ଦେଇ, ୟୁଜର୍ସମାନେ ଦ୍ରାବିଡଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କେହି କେହି କହୁଛନ୍ତି କୋଚ୍ ହେବ ତ ଏମିତି ।
ସୂଚନା ଥାଉକି, ସ୍ଥାନୀୟ ଲିଗ୍ ମ୍ୟାଚ୍ ଖେଳୁଥିବା ସମୟରେ ରାହୁଲ ଦ୍ରାବିଡ ଆହତ ହୋଇଥିଲେ। ସେବେଠାରୁ ସେ ଆଶାବାଡି ସାହାଯ୍ୟରେ ଚଳପ୍ରଚଳ କରୁଛନ୍ତି । ଅନ୍ୟଥର ଭଳି ଏଥର ବି ରାଜସ୍ଥାନ ଦଳର କମାଣ୍ଡ ସମ୍ଭାଳିବେ ୱିକେଟ କିପର ତଥା ବ୍ୟାଟସମ୍ୟାନ ସଞ୍ଜୁ ସାମସନ । ଏହି ଦଳ ଏପର୍ଯ୍ୟନ୍ତ ମାତ୍ର ଥରେ ଟାଇଟଲ ଜିତିଛି।
ରାଜସ୍ଥାନ ଆଇପିଏଲର ପ୍ରଥମ ସିଜିନ ଅର୍ଥାତ୍ ୨୦୦୮ରେ ଜିତିଥିଲା । ଏଥର ରାଜସ୍ଥାନ ଦଳର ପ୍ରଥମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ମାର୍ଚ୍ଚ ୨୩ରେ ଖେଳାଯିବ । ହେଲେ ଏହା ପୂର୍ବରୁ କୋଚ୍ଙ୍କ ଏପରି ଆଗ୍ରହଣ ଖେଳାଳିଙ୍କ ମଧ୍ୟରେ ବଢାଇବ ଆତ୍ମବିଶ୍ୱାସ, ଏହା ନିସନ୍ଦେହ ।