ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ଦିନିକିଆ ଖେଳାଳିଙ୍କ ମାନ୍ୟତା ଜାରି କରିଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଜାରି ସଦ୍ୟତମ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦୁଇଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ରୋହିତ ୭୫୬ ରେଟିଂ ପଏଣ୍ଟ ସହ ବିରାଟ କୋହଲିଙ୍କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି। କୋହଲି ୭୩୬ ଅଙ୍କ ସହିତ ପଞ୍ଚମ ସ୍ଥାନକୁ ଖସିିଛନ୍ତି। ରୋହିତ ଚାମ୍ପିଅନ୍ସ ଟ୍ରଫିର ଟାଇଟଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ବିପକ୍ଷରେ
ଓପନିଂ ବ୍ୟାଟର ଶୁଭମନ ଗିଲ୍(୭୮୪) ଶୀର୍ଷରେ ରହିଥିଲେ ହେଁ ତାଙ୍କୁ ୭ ପଏଣ୍ଟ କ୍ଷତି ସହିବାକୁ ପଡ଼ିଛି। ଟାଇଟଲ୍ ମୁକାବିଲାରେ ଗିଲ୍ ୩୧ ରନ କରିଥିଲେ। ପାକିସ୍ତାନର ବାବର ଆଜମ(୭୭୦) ଦ୍ଵିତୀୟ ଓ ହେନରିକ କ୍ଲାସେନ(୭୪୪) ଚତୁର୍ଥ ସ୍ଥାନରେ ରହିଛନ୍ତି। ଟପ୍-୧୦ ବ୍ୟାଟରେ ତିନି ଭାରତୀୟ ରହିଥିବା ବେଳେ ଶ୍ରେୟସ ଆୟର(୭୦୪) ଅଷ୍ଟମ ସ୍ଥାନରେ ରହିଛନ୍ତି। ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ୨୪୩ ରନ କରିଛନ୍ତି। କୋହଲି ମୋଟ୍ ୨୧୮ ରନ କରିଛନ୍ତି। ନ୍ୟୁଜିଲାଣ୍ଡର ଡେରିଲ ମିଚେଲ୍ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ଷଷ୍ଠ, ରଚିନ ରବୀନ୍ଦ୍ର ୧୪ଟି ସ୍ଥାନ ଉପରକୁ ଉଠି ୧୪ତମ ଓ ଗ୍ଲେନ ଫିଲିପ୍ସ ୬ଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ପହଞ୍ଚିଛନ୍ତି।
Also read: ଗୌତମ ଗମ୍ଭୀରଙ୍କ ବଡ଼ ଯୋଜନା: ଟିମ୍ ଇଣ୍ଡିଆ ସହ ଯିବେନି ଇଂଲଣ୍ଡ, BCCIକୁ କହିଲେ କାରଣ
ବୋଲିଂ ମାନ୍ୟତାରେ ଭାରତର ସ୍ପିନର କୁଲଦୀପ ଯାଦବ(୬୫୦ ପଏଣ୍ଟ) ଟପ୍-୫ରେ ପ୍ରବେଶ କରିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ୭ ଓ୍ଵିକେଟ୍ ଅକ୍ତିକାର କରିଥିବା କୁଲଦୀପ ଷଷ୍ଠରୁ ତୃତୀୟ ସ୍ଥାନକୁ ଉଠିଛନ୍ତି। ଶ୍ରୀଲଙ୍କାର ସ୍ପିନର ମହେଶ ତୀକ୍ଷଣା(୬୮୦) ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ୯ ବ୍ୟାଟରଙ୍କୁ ଶିକାର କରିଥିବା କିଓ୍ଵି ସ୍ପିନର ମିଚେଲ୍ ସାଣ୍ଟନର(୬୫୭) ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଟପ୍-୧୦ ବୋଲର ମାନ୍ୟତାରେ ଭାରତର ଦୁଇ ଜଣ ବୋଲର ରହିଛନ୍ତି। ରବୀନ୍ଦ୍ର ଜାଡେଜା ୬୧୬ ଅଙ୍କ ସହିତ ଦଶମ ସ୍ଥାନରେ ରହିଛନ୍ତି।
ଆଫଗାନିସ୍ତାନର ଅଜମତୁଲ୍ଲା ଉମରଜାଇ(୨୯୬) ଅଙ୍କ ସହିତ ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷରେ ରହିଛନ୍ତି। ମିଚେଲ୍ ସାଣ୍ଟନର ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ମାଇକେଲ୍ ବ୍ରେସଓ୍ଵେଲ ସପ୍ତମ ଓ ରବୀନ୍ଦ୍ର ଜାଡେଜା ଅଷ୍ଟମରେ ଅଛନ୍ତି।