୧୫୦୦ କୋଟିର ଗୋଟିଏ ମ୍ୟାଚ୍, ଚାମ୍ପିଅନ୍ସ ଟ୍ରଫିରୁ ହେଲାନି କିଛି ଭରଣା; ପିସିବିର ସ୍ଥିତି ଖରାପ

Published By : Prameya-News7 Bureau | March 12, 2025 IST

abp live

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ  ଟ୍ରଫି ଦୀର୍ଘ ୮ ବର୍ଷ ପରେ ଫେରିଥିବା ବେଳେ ପାକିସ୍ତାନ ଆନୁକୂଲ୍ୟରେ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଛି। ପାକିସ୍ତାନ ୨୯ ବର୍ଷ ପରେ କୌଣସି ଆଇସିସି ଇଭେଣ୍ଟର ଆୟୋଜନ କରିଛି। ତେଣୁ ପଡ଼ିଆର ନବୀକରଣ ପାଇଁ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୫୬୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଭାରତ ଟାଇଟଲ୍ ଜିତି  ସାରିଥିବା ବେଳେ ପାକିସ୍ତାନ ଲିଗ୍‌ ପର୍ଯ୍ୟାୟରୁ ବାଦ୍ ପଡ଼ିଥିଲା। ଆଉ ଟୁର୍ଣ୍ଣାମେଣ୍ଟର ସମସ୍ତ ଖର୍ଚ୍ଚ ଆକଳନ କଲେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିଛି।

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାଇଁ ରାଓ୍ଵଲପିଣ୍ଡି, କରାଚି ଓ ଲାହୋର ଷ୍ଟାଡିୟମର ନବୀକରଣ କରାଯାଇଥିଲା। କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ କେବଳ ରାଓ୍ଵଲପିଣ୍ଡି ଷ୍ଟାଡିୟମର ନବୀକରଣ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ୧୫୦୦ କୋଟି ଟଙ୍କା ଆବଣ୍ଟନ କରିଥିଲା। ଏହା ବ୍ୟତୀତ ହସ୍ପିଟାଲିଟି ବକ୍ସ, ଶୌଚାଳୟ ଓ ମୁଖ୍ୟ ଭବନ ନିର୍ମାଣ ପାଇଁ ୪୦୦ ମିଲିୟନ ଆବଣ୍ଟିତ କରାଯାଇଥିଲା।ଷ୍ଟାଡିୟମରେ ଏଲଇଡି ଡିଜିଟାଲ୍ ସ୍କ୍ରିନ ବଦଳାଇବାରେ ୩୩୦ ମିଲିୟନ ଅର୍ଥ ଖର୍ଚ୍ଚ କରାଯାଇଥିଲା। ଆଉ ନୂଆ ସିଟ୍ ଲଗାଇବା ପାଇଁ ୨୭୨ ମିଲିୟନ ଟଙ୍କା ବ୍ୟୟବରାଦ କରାଯାଇଥିଲା।          

Also read: ବିରାଟ କୋହଲିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା, ଟପ୍-୫ରେ ଏଣ୍ଟ୍ରି କଲେ କୁଲଦୀପ ଯାଦବ

ଆପଣ ଜାଣି ଆଶ୍ଚର୍ଯ୍ୟ  ହେବେ ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ତିନି ଷ୍ଟାଡିୟମରେ ଅଲଗା ଅଲଗା ଉଦଘାଟନୀ ସମାରୋହ ଆୟୋଜନ କରିଥିଲା। ନାମୀଦାମୀ ସିଙ୍ଗରଠୁ ନେଇ ଡ୍ୟାନ୍ସର ଉଦଘାଟନ ସମାରୋହକୁ ବେଶ ଆକର୍ଷଣୀୟ କରିଥିଲେ। ଉଦଘାଟନ ସମାରୋହରେ କେତେ ଖର୍ଚ୍ଚ ହେଲା ତାର ତଥ୍ୟ କୌଣସିଠି ବି ନାହିଁ। ପାକିସ୍ତାନରେ ଖେଳା ଯାଇଥିବା ମ୍ୟାଚ୍‌ରେ ଅଧିକାଂଶ ସମୟରେ ଷ୍ଟାଡିୟମରେ ସିଟ୍ ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ତେଣୁ ଟିକେଟ୍ ବିକ୍ରିରୁ ପିସିବି ଦ୍ଵାରା କିଛି ଭରଣା ହୋଇଥିବ କି ନାହିଁ ତାହା ସନ୍ଦେହ। କିନ୍ତୁ ବ୍ରଡକାଷ୍ଟିଂ ଡିଲ୍‌ରୁ ବୋର୍ଡ ମୋଟା ଅଙ୍କର ଅର୍ଥ ରୋଜଗାର କରି ପାରିଛି। କିନ୍ତୁ ପିସିବିକୁ ସେତିକି ଅର୍ଥ ମିଳି ନ ଥିବ ଯେତିକି ସେ ଖର୍ଚ୍ଚ କରିଛି।

ଗୋଟିଏ ମ୍ୟାଚ୍ ପାଇଁ ୧୫୦୦ କୋଟି ଖର୍ଚ୍ଚ

ରାଓ୍ଵଲପିଣ୍ଡି ଷ୍ଟାଡିୟମର ନବୀକରଣ ଉପରେ ୧୫୦୦ କୋଟି ଟଙ୍କାର ଖର୍ଚ୍ଚ ହୋଇଛି। ମାତ୍ର ଏହି ଷ୍ଟାଡିୟମରେ କେବଳ ଗୋଟିଏ ମ୍ୟାଚ୍ ଖେଳ ହୋଇ ପାରିଛି। ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ରାଓ୍ଵଲପିଣ୍ଡିରେ କେବଳ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ହୋଇ ପାରିଛି। ତେଣୁ ପ୍ରଶ୍ନ ଉଠୁଛି କଣ ପିସିବି କେବଳ ଗୋଟିଏ ମ୍ୟାଚ୍‌ରୁ ୧୫୦୦ କୋଟିର ଭରଣା କରି ପାରିଥିବ।                                                                                                         

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.