କ୍ୟାପ୍ଟେନ ଅଫର୍‌କୁ ମନା କଲେ କେଏଲ୍‌ ରାହୁଲ୍, ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ନେଲେ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | March 11, 2025 IST

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ କେଏଲ୍ ରାହୁଲ୍ କ୍ୟାପ୍ଟେନ୍ସିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାହୁଲ୍‌ଙ୍କ ଏହି ନିଷ୍ପତ୍ତି ଆଇପିଏଲ୍ ସହ ଜଡ଼ିତ । ମିଡିଆ ରିପୋର୍ଟ ଅନୁସାରେ ରାହୁଲ୍ ଆଇପିଏଲ୍ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ କ୍ୟାପ୍ଟେନ୍ସି ଅଫର୍‌କୁ ମନା କରିଦେଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜି ରାହୁଲ୍‌ଙ୍କୁ ଟିମ୍‌ର ନେତୃତ୍ୱ ନେବା ପାଇଁ ପ୍ରସ୍ତାବ ଦେଇଥିଲା, ଯାହାକୁ ସେ ମନା କରିଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ କେଏଲ୍ ରାହୁଲ କ୍ୟାପ୍ଟେନ୍ସି ପ୍ରସ୍ତାବକୁ ମନା କରି ଜଣେ ଖେଳାଳି ଭାବେ ଟିମ୍ ପାଇଁ ଅଧିକ ଯୋଗଦାନ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । କେଏଲ୍ ରାହୁଲ୍ ଅଧିନାୟକ ହେବା ନେଇ ଅନିଚ୍ଛା ପ୍ରକାଶ କରିବା ପରେ ଅକ୍ଷର ପଟେଲ୍ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍ଟେନ୍ ହୋଇପାରନ୍ତି । ଅଧିନାୟକଙ୍କ ପଦ ପାଇଁ ଏହି ଦୁହିଁଙ୍କୁ ନେଇ ଚର୍ଚ୍ଚା ଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ କେଏଲ୍ ରାହୁଲ୍‌ଙ୍କୁ ଆଇପିଏଲ୍ ୨୦୨୫ର ମେଗା ଅକ୍ସନରେ ୧୪ କୋଟି ଟଙ୍କାରେ କିଣିଥିଲା । ରାହୁଲ୍‌ଙ୍କ ପାଖରେ ଆଇପିଏଲ୍‌ରେ କ୍ୟାପ୍ଟେନ୍ସି କରିବାର ପୂର୍ବରୁ ଅନୁଭୂତି ରହିଛି । ୨୦୨୦-୨୧ରେ ସେ ପଞ୍ଜାବ କିଙ୍ଗ୍ସ ଓ ୨୦୨୨-୨୪ ଯାଏ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ପାଇଁ କ୍ୟାପ୍ଟେନ୍ସି କରିସାରିଛନ୍ତି ।

Also Read: ଟିମ୍ ଇଣ୍ଡିଆର ୨୦୨୭ ବିଶ୍ବକପ୍ ପ୍ରସ୍ତୁତି; କ୍ରୀଡ଼ାସୂଚୀରେ ୨୭ଟି ଦିନିକିଆ ଖେଳିବ ଭାରତ

ରାହୁଲ୍ କ୍ୟାପ୍ଟେନ୍ ହେବାକୁ ମନା କରିବା ପରେ ଏବେ ଅକ୍ଷର ପଟେଲ ଟିମ୍‌ର ନେତୃତ୍ୱ ନେବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ସମସ୍ୟା ଏହା ଯେ ତାଙ୍କ ପାଖରେ ଆଇପିଏଲ୍‌ରେ ରାହୁଲ୍‌ଙ୍କ ପରି କ୍ୟାପ୍ଟେନ୍ସି ଅଭିଜ୍ଞତା ନାହିଁ । ଜଣେ ଖେଳାଳି ଭାବେ ବଲ୍ ଓ ବ୍ୟାଟରେ ତାଙ୍କ ପ୍ରଦର୍ଶନ ଚମତ୍କାର ରହିଛି । କିନ୍ତୁ ଏବେ କ୍ୟାପ୍ଟେନ ଭାବେ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.