ନୂଆଦିଲ୍ଲୀ ୧୧।୦୩: ଆଇସିସି ଚାମ୍ପିଅନ୍ସ ଟ୍ରଫି । ଟିମ୍ ଇଣ୍ଡିଆ ହୋଇଛି ବିଜୟୀ । ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ଏବଂ ଭାରତୀୟ ଫ୍ୟାନ୍ସଙ୍କ ମଧ୍ୟରେ ଛୁଟିଛି ଖୁସିର ଲହରୀ । ବିଜୟ ପରେ ଟିମ୍ ଇଣ୍ଡିଆର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରଫି ସହ ଆସିଥିଲେ ନଜର । ଯାହାର ଭିଡିଓ ସୋଶିଆଲ୍ ମିଡିଆରେ ହୋଇଥିଲା ଭାଇରାଲ୍ ।
ଏହି ଭିଡିଓରେ ପାଣ୍ଡ୍ୟାଙ୍କ ଘଣ୍ଟା ଉପରେ ରହିଛି ସମସ୍ତଙ୍କ ନଜର । ସେ ଏକ ଦାମୀ ଘଣ୍ଟା ପିନ୍ଧିଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟ celebwatchspotter ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟାର ଦାମ୍ ସାମ୍ନାକୁ ଆଣିଛି । ଇନଷ୍ଟା ଆକାଉଣ୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ପିନ୍ଧିଥିଲେ ରିଚାର୍ଡ ମିଲେ RM27-04 ଘଣ୍ଟା । ଏହି ଘଣ୍ଟାର ଦାମ୍ ୨.୫ ନିୟୁତ ଆମେରିକୀୟ ଡଲାର । ଏହି ଘଣ୍ଟା ଭାରତୀୟ ମୂଲ୍ୟରେ ପ୍ରାୟ ୨୧ କୋଟି ୮ ଲକ୍ଷ ଟଙ୍କା । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଏହାର ଦାମ୍ ସ୍ପଷ୍ଟ କରିନାହାନ୍ତି ।
ଇନଷ୍ଟା ଆକାଉଣ୍ଟ ଅନୁଯାୟୀ ହାର୍ଦ୍ଦିକଙ୍କ ଏହି ଘଣ୍ଟା ଟିଟା-କାର୍ବନରେ ତିଆରି। ହାର୍ଦ୍ଦିକ ହାତରେ ରିଚାର୍ଡ ମିଲେ RM27-04 ଘଣ୍ଟା ଏବଂ ଧଳା ବ୍ଲେଜର ପିନ୍ଧିଛନ୍ତି। ଯାହାର ଓଜନ ମାତ୍ର 30 ଗ୍ରାମ। ଏହି ଟୁର୍ଣ୍ଣାମେଣ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବ୍ୟାଟିଂ ସହିତ ସେ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।
ଟୁର୍ଣ୍ଣାମେଣ୍ଟରେ ପାଣ୍ଡ୍ୟାଙ୍କ ବୋଲିଂ ପ୍ରଭାବଶାଳୀ ନଜର ନ ଆସିପାରେ କିନ୍ତୁ ତାଙ୍କ କାରଣରୁ ବରୁଣ ଖେଳିବାର ସୁଯୋଗ ପାଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଟୁର୍ଣ୍ଣାମେଣ୍ଟରେ ଏକ କମଳା ରଙ୍ଗର ଷ୍ଟ୍ରାପ୍ ଥିବା ଏକ ଘଣ୍ଟା ମଧ୍ୟ ପିନ୍ଧିଥିଲେ । ଯାହା ଇଣ୍ଟରନେଟରେ ବହୁତ ଚର୍ଚ୍ଚାକୁ ଆସିଥିଲା । ଏହାର ଦାମ୍ ପ୍ରାୟ ୭ କୋଟି ଟଙ୍କା ବୋଲି କୁହାଯାଉଥିଲା ।